ମୋଦିଙ୍କୁ ପ୍ରଶଂସା ପରେ ମାନତଙ୍କୁ ଟାର୍ଗେଟ କଲା କଂଗ୍ରେସ
କୋଲକାତା : କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଦୁରୁପଯୋଗ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତ ନାହିଁ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର କହିବା ପରେ କଂଗ୍ରେସ ଓ ବାମଦଳ ପକ୍ଷରୁ ତାଙ୍କୁ ତୀବ୍ର ସମାଲୋଚନା କରାଯାଇଛି। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଭିତରେ ମମତା ବନାର୍ଜୀ ହେଉଛି ‘ଟ୍ରୋଜାନ ହର୍ସ’।
ସୋମବାର ମମତା କହିଥିଲେ- ପ୍ରତିଦିନ ସିବିଆଇ ଓ ଇଡି ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରୁଛନ୍ତି। କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକ କ’ଣ ଏମିତି କାମ କରିବା କଥା? ଏହା ପଛରେ ପ୍ରଧାନମନ୍ତ୍ରୀଙ୍କ ହାତ ଅଛି ବୋଲି ମୁଁ ବିଶ୍ବାସ କରେ ନାହିଁ। ତେବେ କେତେକ ବିଜେପି ନେତାଙ୍କ ହାତ ଏହା ପଛରେ ନିଶ୍ଚୟ ଅଛି।
ମମତା ପୁଣି ଗତ ସେପ୍ଟମ୍ବର ୨ ତାରିଖରେ କହିଥିଲେ ଯେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ସମସ୍ତେ ଖରାପ ନୁହନ୍ତି। ସଂଘର ଅନେକ ସଦସ୍ୟ ବି ଗୈରିକ ଦଳକୁ ସମର୍ଥନ କରନ୍ତି ନାହିଁ।
ଅଧୀର ରଞ୍ଜନ କହିଲେ ଯେ ମମତା ମୋଦୀ, ବିଜେପି ଓ ଆର୍ଏସ୍ଏସ୍କୁ ପ୍ରଶଂସା କରିବାରେ ବିଛି ଅସ୍ବାଭାବିକତା ନାହିଁ କାରଣ ତାଙ୍କ ଦଳ ଅତୀତରେ ଏନ୍ଡିଏର ଅଂଶ ଥିଲା। ସିପିଆଇ-ଏମ୍ ପକ୍ଷରୁ ବି କୁହାଯାଇଛି ଯେ ମମତାଙ୍କ ବିବୃତି ବିସ୍ମୟଜନକ ନୁହେଁ।
Comments are closed.