ଭାରତ ଆସିବା ପରେ ଏମିତି କହିଲେ ଆମେରିକା ରାଷ୍ଟ୍ରପତି

ଭାରତରେ ପହଞ୍ଚିବା ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ‘ହ୍ୟାଲୋ ଦିଲ୍ଲୀ’ ବୋଲି ପୋଷ୍ଟ କରିଛନ୍ତି। ଏଥିସହ ଜି-୨୦ ସମ୍ମିଳନୀ ଲାଗି ଭାରତ ଆସି ଖୁବ୍‌ ଭଲ ଲାଗୁଥିବା ଉଲ୍ଲେଖ କରିଛନ୍ତି।

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଦ୍ଦେଶ୍ୟରେ ଆଉ ଏକ ପୋଷ୍ଟ କରିଛନ୍ତି ବାଇଡେନ୍। ମୋଦିଙ୍କୁ ଭେଟିବା ପରେ ବାଇଡେନ୍ ଏହି ପୋଷ୍ଟ କରିଛନ୍ତି। ମୋଦିଙ୍କୁ ଦେଖି ସେ ବହୁତ ଖୁସି ଅନୁଭବ କରିଥିବା କହିଛନ୍ତି। ଏଥିସହ ଆମେରିକା-ଭାରତ ସଂପର୍କ ପୂର୍ବ ଅପେକ୍ଷା ଅଧିକ ମଜଭୁତ ଏବଂ ଗତିଶୀଳ ହେବା ନେଇ ଜି- ୨୦ ସମ୍ମିଳନୀ ଅବସରରେ ଆମେ ସୁନିଶ୍ଚିତ କରିବା ବୋଲି ବାଇଡେନ୍ ଲେଖିଛନ୍ତି।

ଗତକାଲି ସନ୍ଧ୍ୟା ୭ଟାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଦିଲ୍ଲୀରେ ପହଞ୍ଚିଥିବା ବେଳେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଭିକେ ସିଂହ ତାଙ୍କୁ ସ୍ୱାଗତ କରିଥିଲେ । ବିମାନ ବନ୍ଦରରୁ ବାଇଡେନ ସିଧା ନିଜ ହୋଟେଲ ମୌର୍ଯ୍ୟ ଶେରାଟନକୁ ଯାଇଥିଲେ । ସେଠାରୁ ସେ ୭ – ଲୋକକଲ୍ୟାଣ ମାର୍ଗ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ଆବାସକୁ ଯାଇଥିଲେ । ସେଠାରେ ଉଭୟଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା।

Comments are closed.