ଭାରତ ଯୋଡ଼ୋ ଯାତ୍ରାରେ ସାମିଲ ହେଲେ ଅଭିନେତ୍ରୀ ସ୍ୱରା ଭାସ୍କର

ନୂଆଦିଲ୍ଲୀ: ଭାରତକୁ ଏକତ୍ର କରିବା ଉଦ୍ଦେଶ୍ୟ ଆରମ୍ଭ କରାଯାଇଛି ବୋଲି କଂଗ୍ରେସ କହୁଥିବା ଏହି ଯାତ୍ରା ଆଜି ୮୩ତମ ଦିବସରେ ମଧ୍ୟପ୍ରଦେଶର ଉଜ୍ଜୟିନୀ ମଧ୍ୟ ଦେଇ ଅତିକ୍ରମ କରିବ। ‘ଭାରତ ଯୋଡ଼ୋ ଯାତ୍ରା’ରେ ଯୋଗ ଦେବା ପାଇଁ ଅଭିନେତ୍ରୀ ସ୍ବରା ଭାସ୍କର ବୁଧବାର ଦିନ ଇନ୍ଦୋରରେ ପହଞ୍ଚିଥିଲେ। ଆଜି ସକାଳେ ଯାତ୍ରା ଆରମ୍ଭ ହେବା ପରେ ସେ ରାହୁଲ୍‌ ଗାନ୍ଧୀଙ୍କ ସହିତ ମିଶି କିଛି ବାଟ ଚାଲିଥିଲେ।

‘ବିଜେପି’ ବିରୋଧୀ ମନ୍ତବ୍ୟ ପାଇଁ ସୁପରିଚିତ ସ୍ବରା ଭାସ୍କର ପ୍ରାରମ୍ଭରୁ ହିଁ ଏହି ଯାତ୍ରାକୁ ସମର୍ଥନ କରିବା ସହିତ ନିର୍ବାଚନରେ ପରାସ୍ତ, ସମାଲୋଚିତ ଓ ବ୍ୟକ୍ତିଗତ ଭାବେ ନିନ୍ଦିତ ହେବା ସତ୍ତ୍ବେ ରାହୁଲ୍‌ ଗାନ୍ଧୀଙ୍କ ଉଦ୍ୟମକୁ ପ୍ରଶଂସା କରନ୍ତି।ଟୁଇଟ୍‌ କରି କଂଗ୍ରେସ ଲେଖିଛି: ଆଜି ପ୍ରସିଦ୍ଧ ଅଭିନେତ୍ରୀ ସ୍ବରା ‘ଭାରତ ଯୋଡ଼ୋ ଯାତ୍ରା’ରେ ଅଂଶ ଗ୍ରହଣ କରିଛନ୍ତି। ସମାଜର ପ୍ରତ୍ୟେକ ବର୍ଗର ଉପସ୍ଥିତି ଏହି ଯାତ୍ରାକୁ ସଫଳ କରିଛନ୍ତି।

ଆଜିର ଏହି ଯାତ୍ରାରେ ରାହୁଲ୍‌ଙ୍କ ସହିତ ରାଜ୍ୟସଭା ସଦସ୍ୟ ଦିଗ୍‌ବିଜୟ ସିଂହ, ପୂର୍ବତନ ସାଂସଦ ପ୍ରେମ୍‌ଚନ୍ଦ୍‌ ଗୁଡ୍ଡୁ, ‘ଅଖିଳ ଭାରତ ମହିଳା କଂଗ୍ରେସ’ର ପୂର୍ବତନ ଅଧ୍ୟକ୍ଷା ଶୋଭା ଓଜା ମଧ୍ୟ ଯୋଗ ଦେଇଛନ୍ତି।
ଗୋଟିଏ ଦିନର ବିରତି ପରେ ଆଜି ଆରମ୍ଭ ହୋଇଥିବା ଏହି ଯାତ୍ରା ଅଗର ମାଲ୍‌ୱା ଜିଲ୍ଲାରେ ଅଭିମୁଖେ ଯାତ୍ରା ଆରମ୍ଭ କରିଛି।

Comments are closed.