“ହେଲୋ ଫ୍‌ରେଣ୍ଡସ୍‌?….” ଅଭିନେତ୍ରୀ ଏଲିନାଙ୍କ ଟ୍ୱିଟର୍‌ ଆକାଉଣ୍ଟ ହ୍ୟାକ୍‌

ଭୁବନେଶ୍ୱର: ଅଭିନେତ୍ରୀ ତଥା ବିଜେଡ଼ି ମୁଖପାତ୍ର ଏଲିନା ଦାଶଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍‌ ହୋଇଛି । ଏନେଇ ସେ ସାଇବର ଓ ଅର୍ଥନୈତିକ ଅପରାଧ ଥାନା ଦ୍ୱାରସ୍ଥ ହୋଇଛନ୍ତି । ଏଲିନା ଅଭିଯୋଗ କରିଛନ୍ତି, ତାଙ୍କ ଆକାଉଣ୍ଟକୁ ଅନ୍ୟ କେହି ମାସେ ତଳୁ ପରିଚାଳନା କରୁଛି । ଆକାଉଣ୍ଟ ପାସୱାଡର଼୍ ଦେବା ଆଳରେ ଟଙ୍କା ମାଗୁଛି । ସେ କହିଛନ୍ତି, ସେ ଅସୁସ୍ଥ ଥିବାରୁ କିଛି ଦିନ ଧରି ଆକାଉଣ୍ଟ ବ୍ୟବହାର କରୁନଥିଲେ । ଗତ ୧ତାରିଖରେ ଟ୍ୱିଟର ପେଜ୍‌ ଖୋଲିବା ପରେ ହ୍ୟାକ୍‌ ସମ୍ପର୍କରେ ଜାଣିବାକୁ ପାଇଲେ । ତାଙ୍କ ଆକାଉଣ୍ଟରେ ଥିବା ୧୦ହଜାର ଫଲୋଅର୍ସକୁ କେହି ଉନାଇ ଦେଇଛି ।

ଆକାଉଣ୍ଟରେ ନାଁ ‘ଏଲିନା ଦାଶ’ ପରିବର୍ତ୍ତେ ‘ମୁସ୍ତାଫା’ ରଖାଯାଇଛି । ଉକ୍ତ ପେଜ୍‌ରେ ସାଇବର ଠକ ଜଣକ ଲେଖିଛି, ହେଲୋ ଫ୍ରେଣ୍ଡସ୍‌…. ମୁଁ ବନ୍ଦ ପଡ଼ିଥିବା କିମ୍ବା ହ୍ୟାକ୍‌ ହୋଇଥିବା ଇନଷ୍ଟାଗ୍ରାମ୍ର ଆକାଉଣ୍ଟକୁ ରିକଭରି କରିପାରିବି । କିନ୍ତୁ ଏଥିପାଇଁ କିଛି ଟଙ୍କା ଦେବାକୁ ପଡ଼ିବ । ଯଦି ସହାୟତା ଦରକାର, ତେବେ ମୋତେ ମେସେଜ୍‌ କରନ୍ତୁ । ଏଲିନା ସନ୍ଦେହ କରୁଛନ୍ତି, ତାଙ୍କ ଆକାଉଣ୍ଟ ହ୍ୟାକ୍‌ ପଛରେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛଇ । କାହିଁକି ନା, ଗତବର୍ଷ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ ହ୍ୟାକ ହୋଇଥିଲା । ଏଥିରେ ଥିବା ସାଢେ଼ ୫ଲକ୍ଷ ଫଲୋଅର୍ସକୁ ସାଇବର ଠକ ଜଣଙ୍କ ଉଡ଼ାଇ ଦେଇଥିଲେ ।

୨୦୧୯ମସିହାରେ ମଧ୍ୟ ତାଙ୍କ ହ୍ୱାଟସଆପ ଆକାଉଣ୍ଟକୁ କେହି ହ୍ୟାକ୍‌ କରି ଅଶ୍ଳୀଳ ଫଟୋ ଅନ୍ୟମାନଙ୍କୁ ପଠାଇଥିଲା ।

Comments are closed.