ଦୁର୍ଘଟଣା ଗସ୍ତ ଅଜଣା ବ୍ୟକ୍ତି ସାହାର୍ଯ୍ୟର ହାତ ବଢାଇଲେ ସାମ୍ବାଦିକ

ଭୁବନେଶ୍ୱର : 16 ନମ୍ବର ଜାତୀୟ ରାଜପଥ ଉଗ୍ରତାରା ଛକ ନିକଟରେ ଏକ ଅଜଣା ଗାଡି ଧକ୍କା ରେ ଯୁବକ ଗୁରୁତର। ଗୁରୁତର ଅବସ୍ଥାରେ ଦୀର୍ଘ ସମୟ ଧରି ପଡି ରହିବା ପରେ ଉଦ୍ଧାର ହୋଇ ପାରି ନଥିଲେ ଯୁବକ।ଫଳରେ ବିଗୁଡୁଥିଲା ସ୍ୱାସ୍ଥ୍ୟବସ୍ଥା। ତେବେ ସେହି ରାସ୍ତାରେ ଭୁବନେଶ୍ୱର ରୁ ଫେରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିକୁ ଦେଖିଥିଲେ ଦୁଇ ସାମ୍ବାଦିକ।

ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଚାନ୍ଦପୁର ମେଡିକାଲ ରେ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । ଯୁବକଟିର ବୟସ ୩୫ ରୁ ୪୦ ହୋଇଥିବା ଜଣାପଡିଚି ।ଲୋକଟି କିଛି କଥାବାର୍ତା ନକରିବା ଫଳରେ ତା ନିକଟରୁ କିଛି ଡକୁମେଣ୍ଟ କି ମୋବାଇଲ ମିଳିନଥିବାରୁ ପରିଚୟ ଜଣା ପଡିନାହିଁ।

ଦୁଇ ସାମ୍ବାଦିକ ହେଲେ ଲିଭ ଲାଇଭ ଓଡ଼ିଆ ପ୍ରତିନିଧି ପ୍ରଦୀପ କୁମାର ସାହୁ ଓ ନନ୍ଦିଘୋଷ ଟିଭି କ୍ୟାମେରା ମ୍ୟାନ ଅନନ୍ତ କୁମାର ପ୍ରଧାନ ।

Comments are closed.