ସୁଟିଂ ରେ ହେଲା ଦୁର୍ଘଟଣା !
କେମିତି ହେଲା ଦୁର୍ଘଟଣା?
ବିଜୟ ଦେବରକୋଣ୍ଡାଙ୍କ ଟିମ୍ର ଜଣେ ସଦସ୍ୟ ଗଣମାଧ୍ୟମ ସହ କଥା ହୋଇ କହିଛନ୍ତି, ସାମନ୍ଥା ଓ ବିଜୟ କଶ୍ମୀରର ପହଲଗାମ୍ ଅଞ୍ଚଳରେ ଏକ ଷ୍ଟଣ୍ଟ ସିନ୍ର ସୁଟିଂ କରୁଥିଲେ। ଏହି ସିନ୍ ବହୁତ କଷ୍ଟକର ଥିଲା। ଉଭୟ ଷ୍ଟାରଙ୍କୁ ଲିଦ୍ଦର ନଦୀର ଦୁଇ କୂଳରେ ବନ୍ଧାଯାଇଥିବା ଦଉଡ଼ି ଉପରେ ଗାଡ଼ି ଚଲାଇବାର ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ ଗାଡ଼ିଟି ଗଭୀର ପାଣି ଭିତରେ ଖସି ପଡ଼ିଥିଲା। ଫଳରେ ଉଭୟଙ୍କୁ ଆଘାତ ଲାଗିଛି। ବିଜୟ ଓ ସାମନ୍ଥାଙ୍କ ପିଠିରେ ଗଭୀର ଆଘାତ ଲାଗିଛି। ଏହା ପରେ ଉଭୟଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ସୂଚନା ଅନୁସାରେ, ଏହି ଦୁର୍ଘଟଣା ପରେ ସାମନ୍ଥା ଓ ବିଜୟ ରବିବାର ସୁଟିଂକୁ ଆସିଥିଲେ। ସେମାନେ ଶ୍ରୀନଗରର ଡାଲ ହ୍ରଦରେ ସୁଟିଂ କରିବାର ଥିଲା। କିନ୍ତୁ ସୁଟିଂ ବେଳେ ଉଭୟଙ୍କ ପିଠିରେ ଯନ୍ତ୍ରଣା ହେବାରୁ ସେମାନଙ୍କୁ ସେଠାକାର ଏକ ହୋଟେଲକୁ ନିଆଯାଇଥିଲା। ସେଠାରେ ଫିଜିଓଥେରାପିଷ୍ଟ ସେମାନଙ୍କ ଚିକିତ୍ସା କରୁଛନ୍ତି। ଏବେ ବି ସେମାନେ ଚିକିତ୍ସାଧୀନ ଅଛନ୍ତି।
ଅନ୍ୟପଟେ ଫିଲ୍ମର କଶ୍ମୀର ସିଡ୍ୟୁଲ ପୂରା ହୋଇଛି। ଏଣୁ କୁଶୀର ପୂରା କ୍ରୁ ମେମ୍ବର ଫେରି ଆସିଛନ୍ତି। କାଶ୍ମୀରରେ କୁଶୀର ସିଡ୍ୟୁଲ ପୂରା ହୋଇଥିବା ନେଇ ଫିଲ୍ମ ନିର୍ଦ୍ଦେଶକ ଶିବ ନିର୍ବାଣ ନିଜ ଟ୍ଵିଟର ଆକାଉଣ୍ଟରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି।
Comments are closed.