କାନ୍ଥ ଭୁଷୁଡି ପଡିବାରୁ ୫ଜଣଙ୍କ ମୃତ୍ୟୁ ହୋଇଛି
ନୂଆଦିଲ୍ଲୀ :ଶୁକ୍ରବାର ଦିଲ୍ଲୀରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଅଲୀପୁର ଅଞ୍ଚଳରେ ଏକ ନିର୍ମାଣଧୀନ ଗୋଦାମର କାନ୍ଥ ହଠାତ ପଡିଯିବା ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ମିଳିବା ପରେ ପୋଲିସ ଏବଂ ଅଗ୍ନିଶମ ବାହିନୀର କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି। ଅନେକ ଶ୍ରମିକ ଫସି ରହିଥିବା ଜଣାପଡିଛି।
ଦିଲ୍ଲୀ ପୋଲିସର ସୂଚନା ଅନୁସାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୧୪ ଜଣଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫ ଜଣଙ୍କର ମୃତ୍ୟୁ ହୋଇଛି। ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁସାରେ ଘଟଣାସ୍ଥଳରେ ୨୫ରୁ ଅଧିକ ଶ୍ରମିକ କାମ କରୁଥିଲେ। ଦିଲ୍ଲୀ ପୋଲିସ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।
Comments are closed.