ଟ୍ରକ୍ ଧକ୍କାରେ ୨ ମହିଳାଙ୍କ ମୃତ୍ୟୁ

ସମ୍ବଲପୁର: ସମ୍ବଲପୁର- ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଗୋଡ଼ଭଗା ଠାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଏକ ବାଇକ୍‌କୁ ଧକ୍କା ଦେବାରୁ ୨ଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଦ୍ୱୟ ହେଲେ ଲଳିତା ଗରିଆ ଓ ମିଥିଳା ଛତା। ଆହତ ବାଇକ ଚାଳକ ହେଲେ ସୁରେନ୍ଦ୍ର ଗରିଆ। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଆଜି ଦିନ ପ୍ରାୟ ୧୧ଟା ସମୟରେ ସୁରେନ୍ଦ୍ର ବାଇକ୍‌ରେ ତାଙ୍କ ସ୍ତ୍ରୀ ଲଳିତା ଓ ସମ୍ପର୍କୀୟ ମିଥିଳାଙ୍କୁ ନେଇ ବୁର୍ଲା ବଡ଼ ଡାକ୍ତରଖାନା ଯାଉଥିଲେ। ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ୍‌ ବାଇକ୍‌କୁ ଧକ୍କା ଦେଇଥିଲା। ଟ୍ରକ୍ ଧକ୍କା ଦେବା ପରେ ଲଳିତା ଓ ମିଥିଳା ଛିଟିକି ପଡ଼ିଥିଲେ। ସେମାନଙ୍କ ଉପରେ ଟ୍ରକ୍‌ ମାଡ଼ି ଯାଇଥିଲା। ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା। ସୁରେନ୍ଦ୍ର ସାମାନ୍ୟ ଆହତ ହୋଇଛନ୍ତି।

 

 

Comments are closed.