ଆପ ସାଂସଦ ରାଘବ ଚଢ଼ାଙ୍କୁ ଝୁମ୍ପିଲା କାଉ

ନୂଆଦିଲ୍ଲୀ :ଆମ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କୁ କାଉ ଖୁମ୍ପିବାକୁ ନେଇ ଚର୍ଚ୍ଚା। ସଂସଦରେ ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢ଼ାଙ୍କୁ କାଉ ଖୁମ୍ପି ଦେଇଛି। ଏହି ସମୟର କିଛି ଚିତ୍ର ଶୋସାଲ୍ ମିଡିଆରେ ଭାଇରାଲ୍ ହେଉଛି।

ଆପ୍ ନେତା ରାଘବ ଚଢ଼ା ସଂସଦ ବାହାରେ ଫୋନରେ କଥା ହେଉଥିବା ସମୟରେ ଏକ କାଉ ତାଙ୍କୁ ବାରମ୍ବାର ଆଘାତ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ବିଜେପି ଏହି ସମୟର କିଛି ଫଟୋ ପୋଷ୍ଟ କରି ଆପ୍ ନେତାଙ୍କୁ କଟାକ୍ଷ କରି ମିଛୁଆ ବୋଲି କହିଛି। ବିଜେପି କହିଛି ଯେ, “ଏପର୍ଯ୍ୟନ୍ତ ଆମେ ଶୁଣିଥିଲେ, ‘ଯିଏ ମିଛ କହିବ ତାକୁ କାଉ ଖୁମ୍ପିବ’, ଆଜି ଆମେ ମିଛୁଆକୁ କାଉ ଖୁମ୍ପୁଥିବାର ଦେଖିବାକୁ ପାଇଲେ।”

Comments are closed.