ବିରତି ନେବେ ଅମୀର ଖାନ୍
ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲାଲ୍ ସିଂ ଚଢ଼ା’କୁ ଲୋକେ ବଏକଟ୍ କରିବା ପରେ ଆମିରଙ୍କ ଅଡ଼ୁଆ ଏବେ ବଢ଼ିଯାଇଛି । ନିଜ ଫିଲ୍ମି କ୍ୟାରିୟର୍ ଫେମକୁ ଅକ୍ଷୁଣ୍ଣ ରଖିବା ପାଇଁ ଦକ୍ଷିଣ ଭାରତୀୟ ଫିଲ୍ମରେ ୧୮୦ କୋଟି ଟଙ୍କା ବିନିମୟରେ ତିଆରି ହୋଇଥିବା ଫିଲ୍ମ ‘ଲାଲ୍ ସିଂ ଚଢ଼ା’ ରିଲିଜର ପ୍ରଥମ ସପ୍ତାହରେ ୫୦ କୋଟିରୁ କମ୍ ଟଙ୍କାର ବ୍ୟବସାୟ କରିଛି । ବକ୍ସ ଅଫିସରେ ଖରାପ ପ୍ରଦର୍ଶନ କରିବା ନେଇ ଫିଲ୍ମରେ ସାମିଲ ଡିଷ୍ଟ୍ରିବ୍ୟୁଟରମାନଙ୍କୁ ଆମିର ଖାନ୍ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ଅନ୍ୟପଟେ ଦେଖିବାକୁ ଗଲେ ସମ୍ପ୍ରତି ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିର ସତ୍ତା ବୁଡ଼ିବା ଉପରେ । କାରଣ ସିନେପ୍ରେମୀ ସବୁ ପାନ୍ ଇଣ୍ଡିଆ ଫିଲ୍ମ ମୁହାଁ ହୋଇଥିବାବେଳେ ଫିଲ୍ମର ଚାହିଦା କମି ୱେବ୍ ସିରିଜର ଚାହିଦା ବଢ଼ିଛି । ‘ଲାଲ ସିଂ ଚଢ଼ା’ ଚଳଚ୍ଚିତ୍ର ବକ୍ସଅଫିସରେ ଏଭଳି ଦୁର୍ବଳ ପ୍ରଦର୍ଶନ କରିବ ବୋଲି କେହି ଆଶା କରିନଥିଲେ । ଅମୀର ଖାନ୍ ଏହି ଚଳଚିତ୍ରକୁ ନେଇ ଖୁବ ଆଶାବାଦୀ ଥିଲେ । ଏବେ କିନ୍ତୁ ସେ ନିଜେ ମଧ୍ୟ ଏଭଳି ପ୍ରତିକ୍ରିୟା ଦେଖି ଚିନ୍ତାରେ ପଡ଼ିଯାଇଛନ୍ତି । କିଛି ସମୟ ପାଇଁ ସେ ଅଭିନୟ ନିର୍ଦେଶନାରୁ ବିରତି ନେବେ ବୋଲି ଜଣା ପଡ଼ିଛି ।
ଲାଲ ସିଂ ଚଢ଼ାରେ ସେ ଓ ପୂରା ଟିମ୍ ବହୁ ପରିଶ୍ରମ କରିଥିଲେ । ଆଶାବଦୀ ସେ ସମସ୍ତେ ଥିଲେ । ହେଲେ ବକ୍ସ ଅଫିସ ଫଳାଫଳ ଦେଖି ସେ ନିରାଶ ହୋଇଯାଇଛନ୍ତି । ବିଜ୍ଞାପନ, ଗଣମାଧ୍ୟମରୁ ମଧ୍ୟ ଅମୀର ଦୂରେଇ ରହିବେ ବୋଲି ସ୍ପଷ୍ଟ ହୋଇଛି ।
Comments are closed.