ଆଉ ଏକ ଫିଲ୍ମ ପାଇଁ ଘୋଷଣା କଲେ ଅମିର ଖାନ

ମୁମ୍ବାଇ: ବଲିଉଡ ଅଭିନେତା ଆମିର ଖାନ ତାଙ୍କର ଆଗାମୀ ଫିଲ୍ମ ଘୋଷଣା କରିଛନ୍ତି। ୨୦୨୨ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଲାଲ ସିଂ ଚଢା’ ବକ୍ସ ଅଫିସରେ ଆଶାନୁଯାୟୀ ସଫଳତା ପାଇପାରିନଥିଲା। ଏହା ପରେ ଆମିର କିଛି ସମୟ ଦିନ ପାଇଁ ଅଭିନୟରୁ ବିରତି ନେଇଥିଲେ। ବର୍ତ୍ତମାନ ପୁଣିଥରେ ଅଭିନେତା ଚଳଚ୍ଚିତ୍ରରେ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରସ୍ତୁତ।

ଅଭିନେତା କହିଛନ୍ତି, ମୁଁ ଏ ପର୍ଯ୍ୟନ୍ତ ସର୍ବସାଧାରଣରେ ଆଲୋଚନା କରି ନାହିଁ। ବର୍ତ୍ତମାନ ମୁଁ କେବଳ ଫିଲ୍ମର ନାମ କହିପାରିବି। ଫିଲ୍ମର ନାମ ହେଉଛି ସୀତାରେ ଜମିନ ପର୍‌। ଏହି ଚଳଚ୍ଚିତ୍ରଟି ମୋର ଚଳଚ୍ଚିତ୍ର ତାରେ ଜମିନ ପର୍‌ ସହିତ ସାମାନ୍ୟ ସମାନ।

ଅଭିନେତା ଆହୁରି କହିଛନ୍ତି, ଯଦିଓ ତାରେ ଜମିନ ପର ଟିକିଏ ଭାବପ୍ରବଣ ଚଳଚ୍ଚିତ୍ର ଥିଲା, ହେଲେ ଏହି ଫିଲ୍ମ ଦେଖିବା ପରେ ବହୁତ ହସିବେ। ସୀତାରେ ଜମିନ ପର୍‌ ୯ଟି ପିଲାଙ୍କ କାହାଣୀ ଦେଖାଇବ, ଯାହାର ଅନେକ ସମସ୍ୟା ଅଛି ।

Comments are closed.