ଭୁଶୁଡ଼ି ପଡ଼ିଲା ୪ ମହଲା ବିଲ୍ଡିଂ

ମହାନଗର ମୁମ୍ବାଇରେ ଏକ ୪ ମହଲା ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ଖବର ରହିଛି। ବିଲ୍ଡିଂ ଭଗ୍ନାବଶେଷ ମଧ୍ୟରେ କିଛି ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି। ସୂଚନା ମୁତାବକ, ବୋରିଭାଲି େଓ୍ଵଷ୍ଟ୍‍ ଅଞ୍ଚଳର ସାଇବାବା ନଗରରେ ଶୁକ୍ରବାର ଏହି ପୁରୁଣା ବିଲ୍ଡିଂଟି ଭୁଶୁଡ଼ି ପଡ଼ିଥିଲା। ଜରାଜୀର୍ଣ୍ଣ ଅବସ୍ଥାରେ ଥିବାରୁ ବିଲ୍ଡିଂକୁ କିଛି ଦିନ ପୂର୍ବରୁ ଖାଲି କରାଯାଇଥିଲା।

ଘଟଣା ବିଷୟରେ ସୂଚନା ଦେବାକୁ ଯାଇ ଅଗ୍ନିଶମ ଅଧିକାରୀମାନେ କହିଛନ୍ତି, ଘଟଣାସ୍ଥଳରେ ଅଧିକାରୀ ଉପସ୍ଥିତ ଅଛନ୍ତି। ଭଗ୍ନାବଶେଷ ମଧ୍ୟରେ କେହି ବ୍ୟକ୍ତି ଫସିଛନ୍ତି କି ନାହିଁ, ତାହା ଜାଣିବାକୁ ଚେଷ୍ଟା କରାଯାଉଛି।

ସୂଚନା ଅନୁସାରେ, ଘଟଣାସ୍ଥଳରେ ପୂର୍ବରୁ ହିଁ ୮ ଗାଡ଼ି, ୨ ଉଦ୍ଧାରକାରୀ ଭ୍ୟାନ୍‌ ଏବଂ ୩ ଆମ୍ବୁଲାନ୍ସ ମୁତୟନ ରହିଥିଲେ। ଘଟଣାରେ ଏ ପର୍ଯ୍ୟନ୍ତ କେହି ମୃତାହତ ହୋଇଥିବା ନେଇ ଖବର ନାହିଁ।

Comments are closed.