କ୍ୱାଡ ବୈଠକ ବେଳେ ପଇଁତରା
ଟୋକିଓ: ଜାପାନରେ କ୍ୱାଡ ବୈଠକ ଚାଲିଥିବା ବେଳେ ସୀମା ଲଙ୍ଘିବାକୁ ଚେଷ୍ଟା କରିଛନ୍ତି ରୁଷ ଓ ଚାଇନା। ଭାରତର ପ୍ରଧାନମନ୍ତ୍ରୀଙ୍କ ସମେତ ୪ ଦେଶର ରାଷ୍ଟ୍ର ମୁଖ୍ୟ ଜାପାନାରେ କ୍ୱାଡ ବୈଠକ କରୁଥିଲେ। ଏହି ସମୟରେ ଚାଇନା ଓ ରୁଷର ୪ଟି ଯୁଦ୍ଧ ବିମାନ ଜାପାନ ସୀମାନ୍ତର ଅତି ନିକଟରେ ଘନଘନ ପଇଁତରା ମାରିଥିଲେ। ଏହାକୁ ଜାପାନ ସରକାର ବେଶ ଗୁରୁତ୍ୱସର ସହ ନେଇ ଚିନ୍ତା ପ୍ରକଟ କରିଛନ୍ତି।
ଜପାନର ପ୍ରତିରକ୍ଷା ମନ୍ତ୍ରୀ ନୋବୁଓ କିଶି କହିଛନ୍ତି, ତାଙ୍କ ସରକାର ରୁଷ ଓ ଚାଇନା ସାମ୍ନାରେ ଏପରି ଯୁଦ୍ଧ ବିମାନ ଉଡ଼ାଣକୁ ନେଇ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ଆମେରିକା, ଭାରତ, ଜାପାନ ଓ ଅଷ୍ଟ୍ରେଲିଆର ରାଷ୍ଟ୍ରମୁଖ୍ୟମାନେ ଆଞ୍ଚଳିକ ସୁରକ୍ଷାକୁ ନେଇ ବୈଠକ କରୁଥିବା ବେଳେ ହିଁ ରୁଷ ଏବଂ ଚାଇନା ପକ୍ଷରୁ ସୀମାନ୍ତରେ ଯୁଦ୍ଧ ବିମାନ ଉଡ଼ା ଯାଇଛି।
ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଦୁଇ ଦେଶର ଯୁଦ୍ଧ ବିମାନ କୌଣସି ପ୍ରକାରର ଜାପାନର ବାୟୁସୀମା ନିୟମକୁ ଉଲ୍ଲଙ୍ଘନ କରି ନାହାନ୍ତି। କିନ୍ତୁ ବାୟୁସୀମା ନିକଟରେ ଘନଘନ ପଇଁତରା ମାରିଛନ୍ତି। ନଭେମ୍ବର ମାସରୁ ଏଥରକୁ ମିଶାଇ ରୁଷ ଓ ଚାଇନା ୪ର୍ଥ ଥର ପାଇଁ ଜାପାନ ନିକଟରେ ଯୁଦ୍ଧ ବିମାନ ମିଳିତ ଭାବେ ଉଡ଼ାଇଥିବାରୁ ଟୋକିଓ ଛାତିରେ ଛନକା ପଶିଛି।
Comments are closed.