ପଶ୍ଚିମବଙ୍ଗରେ ନିଷିଦ୍ଧ ହେବ ୩ ଟିଭି ଚ୍ୟାନେଲ୍‌

କଲକାତା : ପଶ୍ଚିମବଙ୍ଗରେ କ୍ଷମତାସୀନ ଟିଏମ୍‌ସି (ତୃଣମୂଳ କଂଗ୍ରେସ) ସରକାର ଖୁବ୍‌ଶୀଘ୍ର ୩ଟି ଟିଭି ଚ୍ୟାନେଲକୁ ନିଷିଦ୍ଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡିକ ହେଲା ଏବିପି ଆନନ୍ଦ, ରିପବ୍ଲିକ ଟିଭି ଏବଂ ଟିଭି୯। ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ରାଜ୍ୟ ସରକାରଙ୍କୁ ବଦନାମ କରିବାକୁ ଏହି ଚ୍ୟାନେଲଗୁଡିକ ଚକ୍ରାନ୍ତ କରୁଥିବା ରାଜ୍ୟ ସରକାର ଅଭିଯୋଗ କରିଛନ୍ତି।

ପ୍ରତିକ୍ରିୟା ଦେବା ନିମନ୍ତେ ଏହି ଚ୍ୟାନେଲକୁ କୌଣସି ପ୍ରତିନିଧି ନ ପଠାଇବାକୁ ଟିଏମ୍‌ସି ସୁପ୍ରିମୋ ନିଷ୍ପତ୍ତିି ନେଇଛନ୍ତି। ଦିଲ୍ଲୀରେ କ୍ଷମତାସୀନ ସରକାରଙ୍କୁ ଖୁସି କରିବାକୁ ଏହି ଚ୍ୟାନେଲଗୁଡିକ ଟିଏମ୍‌ସି ବିରୋଧୀ ଅଭିଯାନର ନେତୃତ୍ବ ନେଉଥିବା କୁହାଯାଇଛି। ବର୍ତ୍ତମାନ ସିିବିଆଇ ଘଟଣାର ତଦନ୍ତ କରୁଥିବାବେଳେ ଏହି ଚ୍ୟାନେଲଗୁଡିକ ବିଭ୍ରାନ୍ତିକର ରିପୋର୍ଟ ପ୍ରକାଶ କରୁଥିବା ଦୁର୍ଭାଗ୍ୟଜନକ ବୋଲି ଟିଏମସି ପକ୍ଷରୁ କୁହାଯାଇଛି।

Comments are closed.