ଏକାଠି ହେବେ ୨୪ ବିରୋଧୀ ଦଳ, କରିବେ ୨୪ ପାଇଁ ରଣନୀତି

କର୍ଣ୍ଣାଟକର ବାଙ୍ଗାଲୁରୁରେ ବିଜେପି ବିରୋଧରେ ଏକାଠି ହେବେ ୨୪ ଦଳ। ଆସନ୍ତା ୧୭-୧୮ ତାରିଖ ଦୁଇଦିନ ଧରି ହେବାକୁ ଥିବା ବୈଠକରେ ବିଜେପି ବିରୋଧରେ ଏହି ଦଳମାନେ ଏକାଠି ହେବେ। ବିହାରର ପାଟଣାରେ ହୋଇଥିବା ବିରୋଧୀ ଦଳମାନଙ୍କ ଗତ ବୈଠକରେ ୧୫ ଦଳ ସାମିଲ ହୋଇଥିଲେ। ଯାହା ବଢ଼ି ୨୪ରେ ପହଞ୍ଚିଛି।

ବାଙ୍ଗାଲୁରୁରେ ହେବାକୁ ଥିବା ବୈଠକରେ ଆରଏଲ୍‌ଡିର ଜୟନ୍ତ ଚୌଧୁରୀ ସାମିଲ ହେବେ। ଯିଏ କି ଗତ ବୈଠକରେ ଯୋଗଦେଇ ନ ଥିଲେ। ସେହିପରି ଦିଲ୍ଲୀ ଅଧ୍ୟାଦେଶକୁ ନେଇ ଦିଲ୍ଲୀରେ କଂଗ୍ରେସ୍‌ ସହ ଅପଡ଼ ଥିଲେ ହେଁ ଚଳିତ ବୈଠକରେ ଆମ୍‌ ଆଦ୍‌ମୀ ପାର୍ଟି ମଧ୍ୟ ଯୋଗଦେବାର ଅଛି। ଏପର୍ଯ୍ୟନ୍ତ ଦିଲ୍ଲୀ ଅଧ୍ୟାଦେଶ ନେଇ କଂଗ୍ରେସ କେଉଁ ରଣନୀତି ଆପଣାଇବ ତାହା ସ୍ପଷ୍ଟ କରୁନି ।

ବାଙ୍ଗାଲୁରୁ ବୈଠକରେ କଂଗ୍ରେସ, ଟିଏମ୍‌ସି, ଡିଏମ୍‌କେ, ଆପ୍‌, ଜେଡିୟୁ, ଆରଜେଡି, ସିପିଏମ୍‌, ସିପିଆଇ, ଏନ୍‌ସିପି, ଶିବସେନା, ସମାଜବାଦୀ ପାର୍ଟି, ନ୍ୟାସନାଲ କନ୍‌ଫରେନ୍ସ, ପିଡିପି, ସିପିଆଇ ଏମ୍‌ଏଲ୍, ଜେଏମ୍‌ଏମ୍‌, ଆରଏଲ୍‌ଡି, ଆରଏସ୍‌ପି, ଆଡିୟୁଏମ୍‌ଏଲ୍, କେରଳ କଂଗ୍ରେସ ଏମ୍‌, ବିସିକେ, ଏମ୍‌ଡିଏମ୍‌କେ, କେଡିଏମ୍‌କେ, କେରଳ କଂଗ୍ରେସ(ଜେ), ଫରୱାର୍ଡ ବ୍ଲକ୍ ପ୍ରମୁଖ ୨୪ ଦଳ ସାମିଲ ହେବ।

ଏହି ବୈଠକରେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧି ଯୋଗଦେବାର ସମ୍ଭାବନା ରହିଛି। ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀ ଦଳମାନଙ୍କ ହେଉଥିବା ଏହି ଦ୍ୱିତୀୟ ବୈଠକର ୧୭ ତାରିଖ ଦିନ ସମସ୍ତ ଦଳଙ୍କୁ ରାତ୍ରୀ ଭୋଜି ନିମନ୍ତେ ସୋନିଆ ଗାନ୍ଧି ନିମନ୍ତ୍ରଣ କରି

ଛନ୍ତି।

 

Comments are closed.