ଜୀ-ସାର୍ଥକ ପକ୍ଷରୁ ଦର୍ଶକଙ୍କୁ ନୂଆବର୍ଷ ଭେଟି, ୨୪ ଘଣ୍ଟା ନନଷ୍ଟପ୍ ମନୋରଞ୍ଜନ

ଭୁବନେଶ୍ବର : ଲୋକପ୍ରିୟ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ନୂଆ ବର୍ଷ ଅବସରରେ ଦର୍ଶକଙ୍କ ପାଇଁ ନେଇ ଆସୁଛି ଭରପୁର ମନୋରଞ୍ଜନର ଧମାକା। ୨୦୨୩ ର ପ୍ରଥମ ଦିନରେ ବିଭିନ୍ନ କାର୍ଯ୍ୟକ୍ରମର ପ୍ରସାରଣ ସହିତ ସମ୍ପୂର୍ଣ୍ଣ ୨୪ ଘଣ୍ଟା ପାଇଁ ଦର୍ଶକଙ୍କୁ ବାନ୍ଧି ରଖିବ ଜୀ-ସାର୍ଥକ । ୩୧ ଡିସେମ୍ବର ରାତି ୧୦: ୩୦ ରୁ ରୁ ୧ଜାନୁଆରୀ ୧୦: ୩୦ ପୁରା ୨୪ ଘଣ୍ଟା ଦର୍ଶକଙ୍କୁ ମିଳିବ ମନୋରଞ୍ଜନର ଖୋରାକ ।

ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଡିସେମ୍ବର ୩୧ ରାତି ୧୦:୩୦ ରୁ ୨ଟା ପର୍ଯ୍ୟନ୍ତ ଜୀ-ସାର୍ଥକର ଏକ୍ସକ୍ଲୁସିଭ ପ୍ରୋଗ୍ରାମ ହାପି ନ୍ୟୁ ୟିଅର୍, ରାତି ୨ ଟାରୁ ଭୋର୍ ୪:୩୦ ଫ୍ଲାସ ବ୍ୟାକ ୨୦୨୨, ଭୋର୍ ୪:୩୦ ରୁ ୫ ଟା ବିଷ୍ଣୁ ସହସ୍ର ନାମ, ସକାଳ ୫ଟା ରି ୮ ଟା: ସୁପରହିଟ୍ ଚଳଚ୍ଚିତ୍ର ‘ଭୋଳା ଶଙ୍କର ଥିଲେ ଡର କାହାକୁ’, ସକାଳ ୮ ଟାରୁ ୧୧ ଚଳଚ୍ଚିତ୍ର ‘ପାରି କରିବେ ଭୋଳା ଶଙ୍କର’, ଦିନ ୧୧ ଟାରୁ ଦିନ ୨ ଟା ଚଳଚ୍ଚିତ୍ର ‘ତୁ ମୋର ସାଥିରେ’, ଦିନ ୨ ଟାରୁ ୫ ଭିନ୍ନ ସ୍ୱାଦର ଚଳଚ୍ଚିତ୍ର ଟନିକ, ସନ୍ଧ୍ୟା ୫ ରୁ ୬ ଲୋକପ୍ରିୟ ରିଅଲିଟି ଶୋ ଦିଦି ନମ୍ବର ୱାନର ନୂଆ ବର୍ଷ ସ୍ୱତନ୍ତ୍ର , ସନ୍ଧ୍ୟା ୬ ରୁ ରାତି ୧୦ଟା ପର୍ଯ୍ୟନ୍ତ ସ୍ଵର ଓ ସଙ୍ଗୀତର ଧମାକା ସାରେଗାମାପାର ନନଷ୍ଟପ ମନୋରଞ୍ଜନ ସହ ଗ୍ରାଣ୍ଡ ଫିନାଲେ ଓ ରାତି ୧୦ ରୁ ୧୦:୩୦ ପର୍ଯ୍ୟନ୍ତ ସାରେଗାମାପା ଏକ୍ସଟ୍ରାସଟ୍ । ଏଥିପାଇଁ ଜୀ-ସାର୍ଥକ ସହ ଯୋଡି ହୋଇ ରହିବାକୁ ଟିମ୍ ପକ୍ଷରୁ ଅନୁରୋଧ କରାଯାଇଛି ।

Comments are closed.