କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବଡ ଦାବି, ଜାଣନ୍ତୁ କ’ ଣ
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ ଅର୍ଥନୀତି ଉପରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଦୁଇ ବର୍ଷ ମଧ୍ୟରେ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବ ।
କେନ୍ଦ୍ର ପ୍ରଯୁକ୍ତିବିଦ୍ୟା ଏବଂ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗ୍ରହଣ କରିଥିବା ନୀତି ତଥା ଭିତ୍ତିଭୂମି ପଦକ୍ଷେପ ଯୋଗୁଁ ଭାରତ ଦୁଇ ବର୍ଷ ମଧ୍ୟରେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାକୁ ଯାଉଛି । ମୋଦୀ ସରକାରଙ୍କ ଆଗମନ, ୨୦୧୪ ଠାରୁ ଦେଶରେ ଦ୍ରୁତ ସାମାଜିକ ଏବଂ ଅର୍ଥୀକତିକ ପରିବର୍ତ୍ତନ ଆସିଛି ।
ଅଶ୍ୱିନୀ ବୈଷ୍ଣବ କ’ଣ କହିଥିଲେ?
ରେଳ ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଉଥିବା ବୈଷ୍ଣବ କହିଛନ୍ତି ଯେ ଭାରତକୁ ବିଶ୍ୱବ୍ୟାପୀ ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ଭାବେ ଦେଖାଯାଉଛି ଏବଂ ଭାରତ ଉପରେ ସାରା ବିଶ୍ୱ ଏବେ ବିଶ୍ୱାସ କରୁଛି । ସେ କହିଛନ୍ତି ଯେ ୨୦୧୪ ରେ ମୋଦୀ ସରକାର କ୍ଷମତାକୁ ଆସିବା ପରେ ଭାରତ ଦଶମ ସ୍ଥାନରୁ ୫ ମ ସ୍ଥାନକୁ ଉନ୍ନୀତ ହୋଇଛି ଏବଂ ଦୁଇ ବର୍ଷ ମଧ୍ୟରେ ଦେଶ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବ ।
Comments are closed.