ଫୋନରେ ବୁଝିଲେ ନବୀନ

ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ନୂଆ ରୂପରେ ନଜର ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକଙ୍କୁ ସିଧାସଳଖ କଲ୍ କରି ବିଭିନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ନିର୍ବାଚନ ତାରିଖ ଘୋଷଣା ହେବାର ପ୍ରାୟ ଏକ ବର୍ଷ ପୂର୍ବରୁ ରାଜ୍ୟ ସରକାର ସମସ୍ତ ଜିଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପାଇଁ ପାଣ୍ଠି ଘୋଷଣା କରିବା ସହ ସ୍ଥାନୀୟ କାମ ପାଇଁ ମଧ୍ୟ ଟଙ୍କା ଆବଣ୍ଟନ କରିଛନ୍ତି। ଯେଉଁ କାର୍ଯ୍ୟର ଅଗ୍ରଗତି ଏବେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରୁଛନ୍ତି।

କରୋନା ମହାମାରୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା। ଯାହା ଦ୍ୱାରା ଲୋକମାନଙ୍କର ଅଭିଯୋଗ ଶୁଣାଣି ହୋଇ ପରି ନ ଥିଲା। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ବର୍ତ୍ତମାନ ନବୀନ ଓଡ଼ିଶା ଏବଂ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ସମସ୍ତ ଜିଲା ଗସ୍ତ କରି ଲୋକ ମାନଙ୍କର ଅଭିଯୋଗ ପତ୍ର ଆଣି ପରେ ପାଣ୍ଠି ଘୋଷଣା କରିଥିଲେ।

ଏବେ ମୁଖ୍ୟମନ୍ତ୍ରୀ ଏହି ସବୁ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ତେବେ ଲୋକମାନଙ୍କୁ ସିଧାସଳଖ ଫୋନ୍ କଲ୍ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ପ୍ରଥମ ଥର ଦେଖିବାକୁ ମିଳୁଛି। ଯାହା ସାଧାରଣ ଲୋକମାନଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି।

Comments are closed.