ଓଡ଼ିଶା ଆସିବେ ସଚିନ ପାଇଲଟ୍

ଜୁନ ୧ରେ ବାଲେଶ୍ୱର ସଂସଦୀୟ କ୍ଷେତ୍ର ସହ ସମସ୍ତ ବିଧାନସଭା ଆସନ ପାଇଁ ପଡିବ ଭୋଟ୍ । ପ୍ରମୁଖ ରାଜନୈତିକ ଦଳ ମାନଙ୍କ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି । ବିଜେଡି, ବିଜେପି ପକ୍ଷରୁ ଦଳର ହେଭିୱେଟ ମାନେ ପ୍ରଚାରକୁ ଓହ୍ଲାଇଛନ୍ତି । କଂଗ୍ରେସ ମଧ୍ୟ ପ୍ରଚାର ଅଭିଯାନ ଚଳାଇଥିବା ବେଳେ ଆସନ୍ତାକାଲି ବାଲେଶ୍ୱର ଭୋଗରାଇ ଗସ୍ତରେ ଆସୁଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । କଂଗ୍ରେସ ବିଧାୟକ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟ ମାଗିବେ ସଚିନ୍ । ଭୋଗରାଇ କଂଗ୍ରେସ ପକ୍ଷରୁ ଏନେଇ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସଚିନ୍ ପାଇଲଟଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ସୂଚନା ଦେଇଛନ୍ତି ଭୋଗରାଇ କଂଗ୍ରେସ ବିଧାୟକ ପ୍ରାର୍ଥୀ ସତ୍ୟଶିବ ଦାସ ।

Comments are closed.