ଅମୃତ କଳସ ଯାତ୍ରାର ଉଦଯାପାନୀ ଆଜି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅପରାହ୍ଣ ପ୍ରାୟ ୫ଟା ସମୟରେ କର୍ତ୍ତବ୍ୟପଥରେ ମେରୀ ମାଟି ମେରା ଦେଶ ଅଭିଯାନର ଅମୃତ କଳସ ଯାତ୍ରାର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆଜାଦୀ କା ଅମୃତ ମହୋତ୍ସବର ଉଦ୍‌ଯାପନୀ ସମାରୋହ ଉପଲକ୍ଷେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ଅମୃତ ବାଟିକା ଏବଂ ଅମୃତ ମହୋତ୍ସବ ସ୍ମାରକୀକୁ ଉଦ୍‌ଘାଟନ କରିବେ ଏବଂ ଦେଶର ହଜାର ହଜାର ଅମୃତ କଳସ ଯାତ୍ରୀଙ୍କୁ ସମ୍ବୋଧିତ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଯୁବବର୍ଗଙ୍କ ପାଇଁ ‘ମେରା ୟୁବା ଭାରତ (ଏମ୍‌ୱାଇ ଭାରତ) ପ୍ଲାଟଫର୍ମର ଶୁଭାରମ୍ଭ କରିବେ।

ମେରୀ ମାଟି ମେରା ଦେଶ ଅଭିଯାନ ଦେଶ ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଓ ବୀରାଙ୍ଗନାମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି। ଏହି ଅଭିଯାନରେ ପଞ୍ଚାୟତ, ଗ୍ରାମ, ବ୍ଲକ୍‌, ପୌର ସଂସ୍ଥା, ରାଜ୍ୟ ଓ ଜାତୀୟ ସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ ଓ ସମାରୋହ ଆୟୋଜନ କରାଯାଇଥିଲା। ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ବୀର ଯବାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଇବା ପାଇଁ ଶିଳାଫଳକ (ସ୍ମାରକୀ) ନିର୍ମାଣ କାର୍ଯ୍ୟକ୍ରମ; ଶିଳାଫଳକରେ ଲୋକଙ୍କ ଦ୍ୱାରା ‘ପଞ୍ଚ ପ୍ରଣ’ ଶପଥ ଗ୍ରହଣ; ସ୍ୱଦେଶୀ ପ୍ରଜାତିର ବୃକ୍ଷରୋପଣ ଓ ‘ଅମୃତ ବାଟିକା’ (ବସୁଧା ବନ୍ଦନ) ବିକାଶ ଓ ସ୍ୱାଧୀନତା ସଂଗ୍ରାମୀ ଓ ସହିଦ ସ୍ୱାଧୀନତା ସଂଗ୍ରାମୀ (ବୀରୋଁ କା ବନ୍ଦନ) ପରିବାରକୁ ସମ୍ମାନିତ କରିବା ପାଇଁ ସମ୍ବର୍ଦ୍ଧନା ସମାରୋହ ଆୟୋଜନ କରାଯିବା ଇତ୍ୟାଦି ଅନ୍ତର୍ଭୁକ୍ତ ଥିଲା।

Comments are closed.