ପ୍ରତାପ ଦେବ ହେଲେ ପିପିଲି ବିଜେଡି ପର୍ଯ୍ୟବେକ୍ଷକ

ପିପିଲି,୨୮ ।୧: ପିପିଲି ଉପନିର୍ବାଚନ ପାଇଁ ରାଜନୀତି ଆରମ୍ଭ ହୋଇଥିବା ବେଳେ ସମରସଜ୍ଜା ଆରମ୍ଭକରିଚି ବିଜେଡି । ଏହାରି ମଧ୍ୟରେ ପିପିଲି ପାଇଁ ଦଳୀୟ ନିର୍ବାଚନ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି । ବିଧାୟକ ପ୍ରତାପ କେଶରୀ ଦେବଙ୍କୁ ପିପିଲି ପାଇଁ ଦଳୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି ମିଳିଛି । ଖୁବ୍ ଶୀଘ୍ର ପିପିଲି ଉପନିର୍ବାଚନ ନେଇ ତାରିଖ ଘୋଷଣା ହେବ । ପିପିଲି ପାଇଁ ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏବେ ଏହି ଆସନ ଖାଲି ପଡିଛି ।

ଅନ୍ୟପଟେ ପିପିଲି ଉପନିର୍ବାଚନ ପାଇଁ ସିଇଓଙ୍କ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି ସୂଚନା ଦେଇ କହିଥିଲେ ଯେ, ‘ଉପନିର୍ବାଚନ ପାଇଁ ତାଲିମ ପ୍ରକ୍ରିୟା ଆରମ୍ଭ ହୋଇଛି । କୋଭିଡ ଗାଇଡଲାଇନ୍ ଦୃଷ୍ଟିରୁ ଅଧିକ ସଂଖ୍ୟକ ବୁଥ୍ କରାଯିବାର ବ୍ୟବସ୍ଥା ରହିବ । ପ୍ରତି ବୁଥରେ ହଜାରେ ଜଣ ଭୋଟରଙ୍କ ମତଦାନ ପାଇଁ ବ୍ୟବସ୍ଥା କରାଯିବ । ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ତ୍ୱରାନ୍ୱିତ ହେବ କାର୍ଯ୍ୟ । ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇନି, କିନ୍ତୁ ଆମେ ପ୍ରସ୍ତୁତ ଅଛୁ ।’

Comments are closed.