ପିପିଲି ଉପ-ନିର୍ବାଚନ: ପୁତୁରା ସପକ୍ଷରେ ବାହାରିଲେ ମହାରଥୀଙ୍କ ଭାଇ
ପିପିଲି : ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । ଆସନ୍ତା ଏପ୍ରିଲ ୧୭ ତାରିଖରେ ପିପିଲିରେ ଭୋଟ ଗ୍ରହଣ ହେବାକୁ ଯାଉଛି ବୋଲି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି । ତେବେ ନିର୍ବାଚନ ତାରିଖ ଘୋଷଣା ପରେ ଆହୁରି ରୋଚକ ହେବାରେ ଲାଗିଛି ପିପିଲି ପାଣିପାଗ ।
ବିଜେଡି ପ୍ରାର୍ଥୀ ସସପେନ୍ସରେ ପଞ୍ଚ ମାରିଛନ୍ତି ମହାରଥୀଙ୍କ ସାନ ଭାଇ । ପ୍ରଦୀପ ମହାରଥୀଙ୍କ ସାନ ଭାଇ ପ୍ରଣୟ ମହାରଥୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ପୁତୁରା ରୁଦ୍ର ପ୍ରତାପଙ୍କ ସପକ୍ଷରେ ଯୁକ୍ତି କରିଛନ୍ତି ଦାଦା ପ୍ରଣୟ । ସେ କହିଛନ୍ତି ଯେ, ଆଗକୁ ପଞ୍ଚାୟତ, ପୌର ନିର୍ବାଚନ ରହିଛି । ସେଥିପାଇଁ ଜଣେ ଯୁବକଙ୍କୁ ପ୍ରାର୍ଥୀ କଲେ ଭଲ । ରୁଦ୍ର ପ୍ରତାପଙ୍କୁ ପ୍ରାର୍ଥୀ କଲେ ବହୁତ ଭଲ ବୋଲି ପ୍ରଣୟ କହିଛନ୍ତି । ରୁଦ୍ରକୁ ପ୍ରାର୍ଥୀ କଲେ ଆମେମାନେ, ପୂରା ପରିବାର ତା ପଛରେ ଅଛୁ ବୋଲି ପ୍ରଣୟ କହିଛନ୍ତି ।
ଭାଉଜ ପ୍ରତିଭା ମହାରଥୀଙ୍କ ସମ୍ଭାବ୍ୟ ପ୍ରାର୍ଥୀତ୍ୱ ନେଇ ପ୍ରଣୟ କହିଛନ୍ତି ଯେ, ଉପନିର୍ବାଚନ ହେଲେ ପ୍ରତିଭା ଜିତିବେ ତ ଯେମିତି ହେଲେ । କିନ୍ତୁ ଭବିଷ୍ୟତ କଥା ଆମେ କହିପାରିବୁ ନାହିଁ । ଭବିଷ୍ୟତ ପାଇଁ ଏକାଠି ବିଜେଡିର ସ୍ଥିତି ରହିବ ନାହିଁ । ପିପିଲିକୁ ଏବେ ସଙ୍ଗଠନ ଦରକାର, ଯାହା ମୁଖ୍ୟମନ୍ତ୍ରୀ କରିବେ ।
Comments are closed.