ହିମାଳୟର 12,500 ଫୁଟ ଉଚ୍ଚ ଦୟାରା ବୁଗ୍ୟାଲ ଶୀର୍ଷ ରେ କଳାହାଣ୍ଡି ଜିଲ୍ଲାର ସୁନ୍ଦର ସାହୁ
କଳାହାଣ୍ଡି, ବୁଧେଶ୍ୱର ଚୌଧୁରୀ : ହିମାଳୟର 12,500 ଫୁଟ ଉଚ୍ଚ ଦୟାରା ବୁଗ୍ୟାଲ ଶୀର୍ଷ ରେ କଳାହାଣ୍ଡିର ସୁନ୍ଦର । ଗତ 24 ଜାନୁଆରୀ, ଅପରାହ୍ନ 12.51 ରେ 12,500 ଫୁଟ ଉଚ୍ଚତା ଦୟାରା ବୁଗ୍ୟାଲ ଶୀର୍ଷରେ -5 ℃ ରୁ -10 ℃ ହାଡଭଙ୍ଗା ଶୀତ ରେ କରୋନା ଯୋଦ୍ଧା ଙ୍କ ଉଦ୍ଦେଶ୍ୟ ରେ ପର୍ବତ ଶିଖର ରେ ତ୍ରିରଙ୍ଗା ପତାକା ଉଡ଼ାଇଛନ୍ତି କଳାହାଣ୍ଡିର ସୁନ୍ଦର ସାହୁ। ତାଙ୍କ ସହ 23 ଜାଣିଆ କଳିଙ୍ଗ ଡେୟାର ଡେଭିଲ୍ସ ଯୁବପର୍ବତା ରୋହି ଦଳ ସାମିଲ ଥିଲେ । ଓଡ଼ିଶାର ପ୍ରତିଭା ଅନ୍ୱେଷଣ ସଂସ୍ଥା କଳିଙ୍ଗ ଡେୟାର ଡେଭିଲ୍ସ ର ସଭାପତି ତଥା ଗ୍ରିନିଜ୍ ୱାର୍ଲ୍ଡ ରେକର୍ଡ ଧାରି ଡଃ ସତ୍ୟପୀର ପ୍ରଧାନଙ୍କ ନେତୃତ୍ୱରେ ଏହି ଦଳ ପର୍ବତାରୋହଣ ପାଇଁ ବାହାରିଥିଲେ l ଉକ୍ତ ଟିମ ରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରାତୁଳ ଗ୍ରାମର ମଦନ ସାହୁଙ୍କ ପୁତ୍ର ସୁନ୍ଦର ସାହୁ ମଧ୍ୟ ସାମିଲ ହେଇଥିଲେ। ତେବେ ଏହା କଳାହାଣ୍ଡି ମାଟିର ଯୁବ ଗୋଷ୍ଟି ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ଏଥି ପାଇଁ ସୁନ୍ଦର ତାଙ୍କ ପରିବାର ତଥା କଳିଙ୍ଗ ଡେୟାର ଡେଭିଲ୍ସ ଟିମ ର ସଭାପତି ସତ୍ୟପୀର ପଧାନଙ୍କ ଅବଦାନ ଅତୁଳନୀୟ ବୋଲି କହିଛନ୍ତି।
Comments are closed.