ମୋଦି ଓ ନବୀନଙ୍କୁ ଟାର୍ଗେଟ କଲେ କପିଲ ସିବଲ

ଓଡିଶା କଂଗ୍ରେସ ପକ୍ଷରୁ ଆହୂତ ହୋଇଥିବା ବିଶ୍ୱାସଘାତକ ଦିବସରେ ଯୋଗ ଦେବାକୁ ବରିଷ୍ଠ କଂଗ୍ରେସ ନେତା କପିଲ ସିବଲ ଭୁବନେଶ୍ୱର ଆସିଛନ୍ତି । ମୋଦି ଓଡ଼ିଶା ଆସି ଜୁମୁଲା କରିବେ । ମୋଦି ଆସିବା ବେଳେ ବଡ ବଡ ପ୍ରତିଶ୍ରୁତି ଦେଇଥିଲେ, ସେ ପ୍ରତିଶ୍ରୁତି କୁଆଡେ ଗଲା ବୋଲି ପ୍ରଶ୍ନ କରିଛନ୍ତି । ଓଡ଼ିଶା ପାଇଁ ତାଙ୍କର ଅବଦାନ କ’ଣ ଏହା ସହିତ ଏଠାକାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହିପରି ପ୍ରଶ୍ନ ପଚରାଯିବା ଦରକାର ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ଦେଶର ବିକାଶ ନୁହେଁ ବିନାଶ କରିବେ ବୋଲି ସିବଲ ଗଣମାଧ୍ୟମ ପ୍ରତିନିଧିଙ୍କ କହିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଆଦିବାସୀଙ୍କ ସ୍ୱାଥକୁ ଉପେକ୍ଷା କରିଛନ୍ତି । ବହୁ ରାଷ୍ଟ୍ରୀୟ କମ୍ପାନୀ, ଶିଳ୍ପପତି ବ୍ୟବସୀୟୀଙ୍କ ସ୍ୱାର୍ଥ ପାଇଁ ମୋଦି ବ୍ୟସ୍ତ ରହୁଛନ୍ତି । ଦେଶବାସୀଙ୍କ ସୁବିଧା ଅସୁବିଧା ପ୍ରତି ମୋଦିଙ୍କ ଖାତିର ନାହିଁ । କଳାଧନ ଫେରାଇ ଆଣିବାରେ ମୋଦି ବିଫଳ ହୋଇଛନ୍ତି । ଏହା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଛନ୍ତି । ଓଡ଼ିଶାର ୬୦ଲକ୍ଷ ଯୁବକ ବାହାର ରାଜ୍ୟରେ କାମ କରୁଛନ୍ତି । ଆଗକୁ ନିର୍ବାଚନ ଆସୁଥିବାରୁ ନବୀନ ପଟ୍ଟନାୟକ ମହାନଦୀ ପ୍ରସଙ୍ଗରେ ଚିଲାଉଛନ୍ତି । ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ଓ ବେକାରୀ ସମସ୍ୟା ଉତ୍କଟ ବୋଲି କହି ନବୀନଙ୍କୁ ଟାର୍ଗେଟ କରିଛନ୍ତି ।

Comments are closed.