ଏବେ ସୋସିଆଲ ମିଡିଆ ସହ ଜଡିତ ହେବେ ନବୀନ

ଓଡିଶାବାସୀଙ୍କ ସହ ସୋସିଆଲ ମିଡିଆରେ ଜଡିତ ହେବେ ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ, ଯାହାକି ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ଅଟେ । ଗଣ କହିଲେ ଲୋକ, ଆଉ ସେଇ ଲୋକଙ୍କ ସବୁ ସୁବିଧା ଅସୁବିଧା ବୁଝିବା ପାଇଁ ଏହା ସୁମାର୍ଗ ଅଟେ । ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ପ୍ରସ୍ତୁତ ମୋବାଇଲ ଅଧିକାଂଶ ନାଗରିକ ପସନ୍ଦ କରି ବ୍ୟବହାର କରିବାରେ ଲାଗିଲେଣି । ଯୁବପିଢ଼ି ସହ ସମ୍ପର୍କ ରଖିବାକୁ ନେଇ ଭଲ ପଦକ୍ଷେପ ଆପଣେଇଛି ବିଜେଡି ସରକାର, ଯେଉଁଥିରେ ଜନସାଧାରଣ ସିଧାସଳଖ ନିଜର ଅଭିଯୋଗକୁ ଏବଂ ନିଜ ଅଞ୍ଚଳର ସମସ୍ୟାକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଜଣାଇପାରିବେ । ବିଭିନ୍ନ ଅଞ୍ଚଳର ଜିଲ୍ଲାପାଳମାନେ ମଧ୍ୟ ଏଥିରେ ସଂପୃକ୍ତ ରହି ଲୋକଙ୍କୁ ସାହାଯ୍ୟ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଛି । ସୋସିଆଲ ମିଡିଆ ଯଥା ଫେସବୁକ, ଟ୍ୱିଟର ମାଧ୍ୟମରେ ସିଧାସଳଖ ଲୋକମାନେ ପ୍ରଶାସନ ସହ ଜଡିତ ହୋଇପାରିବେ ।

Comments are closed.