ଟ୍ରେନ ଲାଇନ ପାର ହେଉଥିବା ବେଳେ ଦୁର୍ଘଟଣା ଘଟି ଜଣେ ଯୁବକ ମୃତ

ଭଦ୍ରକ, ନିମାଇଁ ନାୟକ : ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ବାଂଶଡା ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମ ପଞ୍ଚାୟତ ଆଙ୍କପଡାଗ୍ରାମର ଲକ୍ଷ୍ମୀଧର ବେହେରାଙ୍କ ସାନପୁଅ କାହ୍ନା ବେହେରା ବୟସ ଗତ କାଲି ରାତି 7.30 ମିନିଟ ସମୟରେ ଯୋଗେ ଘରକୁ ଆସୁଥିଲେ । ବାଟରେ ଟ୍ରେନ ଲାଇନ ପାର ହେଉଥିବା ସମୟରେ ତାଙ୍କ ଉପରେ ଟ୍ରେନ ମାଡ଼ି ଯାଇଥିଲା । ଘଟଣା ସ୍ଥଳରେ କାହ୍ନାର ମୃତ୍ୟୁ ଘଟିଛି, ଖବରପାଇ ଘଟଣା ସ୍ଥଳରେ ବାଂଶଡା ଥାନଅଧିକାରୀ ପହଞ୍ଚି ଶବ ଜବତ କରିବା ସହ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ । ବନ୍ଦର କତୃପକ୍ଷ ଓ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଦାୟିତ୍ଵହିନତା କାର୍ଯ୍ୟଯୋଗୁଁ ଜଣେ ଯୁବକର ଜୀବନ ଅକାଳରେ ଚାଲିଗଲା ବୋଲି ସ୍ଥାନୀୟ ଅଂଚଳ ବାସୀ ଅଭିଯୋଗ କରିବା ସହ ଆଗକୁ ଏଥି ପ୍ରତି ଧ୍ୟାନ ଦେବା ପାଇଁ ଅଂଚଳ ବାସୀ କହିଛନ୍ତି ।

Comments are closed.