ବରଗଡ ଜିଲ୍ଲାରେ ବିଦ୍ୟୂତ କାଟକୁ ବିରୋଧ କଲା ବରଗଡ ଯୁବ କଂଗ୍ରେସ

ବରଗଡ଼, ରାଜନ ଦେବତା : ବର୍ତମାନ କରୋନା ମହାମାରୀ ସମୟରେ ବରଗଡ଼ ଜିଲ୍ଲାରେ ବାରମ୍ବାର ବିଦ୍ୟୂତ କାଟ ହେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ବରଗଡ ସହର ସମେତ ସମଗ୍ର ଜିଲ୍ଲାରେ ପ୍ରତିଦିନ ବାରମ୍ବାର ବିଦ୍ୟୁତ କାଟ ହେବା ଯୋଗୁ ଲୋକେ ନାହିଁ ନଥିବା ଅସୁବିଧାରେ ଦିନ କାଟିବାକୁ ଵାଧ୍ୟ ହେଉଛନ୍ତି । ତେବେ ଜିଲ୍ଲାର ବିଦ୍ୟୂତ କାଟ ସମସ୍ୟା ନେଇ ପ୍ରତିବାଦର ସ୍ୱର ଉତ୍ତୋଳନ କରିଛି ବରଗଡ଼ ଜିଲ୍ଲା ଯୁବ କଂଗ୍ରେସ । ବରଗଡ ଜିଲ୍ଲା ଯୁବ କଂଗ୍ରେସ ଲୋକସଭା ର ସାଧାରଣ ସମ୍ପାଦକ ସୁଶାନ୍ତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବରଗଡ଼ ୱେସ୍କୋ ଅଫିସକୁ ଯାଇ ୱେସ୍କୋ ନିର୍ବାହି ଯନ୍ତ୍ରୀଙ୍କୁ ଘେରାଉ କରିଥିଲେ। ଏହା ସହ ୱେସ୍କୋ ପକ୍ଷରୁ ବରଗଡ ଜିଲ୍ଲାରେ ହେଉଥିବା ମନ ଇଚ୍ଛା ବିଦ୍ୟୂତ କାଟ ଯଦି ତୁରନ୍ତ ବନ୍ଦ କରାନଯାଏ ତେବେ ଯୁବ କଂଗ୍ରେସ ଆଗାମି ଦିନରେ ଆନ୍ଦୋଳନକୁ ଯୋରଦାର କରାଯିବ ବୋଲି ଚେତାବନି ଦିଆଯାଇଥିଲା। ଏହା ସହ ଏକ ଦାବିପତ୍ର ମଧ୍ୟ ବିଦ୍ୟୁତ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପତ୍ର ପ୍ରଦାନ କରାଯାଇଥିଲା ।

Comments are closed.