ଭିକ୍କି କୌଶଲ କରୋନା ପଜିଟିଭି

ମୁମ୍ବାଇ: କରୋନା ମହାମାରୀ ବଢ଼ିବାରେ ଲାଗିଛି । ନେତା ମନ୍ତ୍ରୀଙ୍କ ପରେ ବଲିଉଡ ଅଭିନେତା ଓ ଅଭିନେତ୍ରୀ ମାନେ ବି କରୋନା କବ୍ଜାକୁ ଆସିବେରେ ଲାଗିଛନ୍ତି । ଏହାରି ମଧ୍ୟରେ ଅଭିନେତା ଭିକ୍କି କୌଶଲ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ‘ମୁଁ କରୋନା ସଂକ୍ରମିତ ହୋଇଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ସମସ୍ତ ସାବଧାନତା ଅବଲମ୍ବନ କରୁଛି ଓ ନିଜକୁ କ୍ୱାରେଣ୍ଟାଇନରେ ରଖିଛି।’ ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟେଷ୍ଟ କରିବା ସହ କୋଭିଡ ନିୟମ ପାଳନ ପାଇଁ ଟ୍ବିଟ୍‌ କରି ଅନୁରୋଧ କରିଛନ୍ତି ଭିକ୍କି କୌଶଲ ।

ଏହା ସହ ଆଜି ଅଭିନେତ୍ରୀ ଭୂମି ପେଡନେକର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେପଟେ ଶନିବାର କୋଭିଡ ପଜିଟିଭ ଚିହ୍ନଟ ହୋଇଥିବା ଅକ୍ଷୟ କୁମାର ଆଜି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

Comments are closed.