ପାୱାର ଚ୍ୟାନେଲରେ ବୁଡି ୨ ଛାତ୍ର ମୃତ, ଜଣେ ଗୁରୁତର

କାଳକୁ କିଏ ବା ଅଟକେଇ ପାରିବ! କୋଚିଂ ସେଣ୍ଟରରୁ ବାହାରିଥିବା ଛାତ୍ର ଘରକୁ ଫେରିବା ବଦଳରେ ଗାଧୋଇବା ପାଇଁ ପାୱାର ଚ୍ୟାନେଲ ଯାଇଥିଲେ । ପରନ୍ତୁ ପାଣିରେ ବୁଡି ୨ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ଘଟଣାଟି ଘଟିଛି ସମ୍ୱଲପୁର ସହର ସ୍ଥିତ ମୁଣ୍ଡଘାଟ ଝାଙ୍କରପାଲ୍ଲୀ ପାଓ୍ୱାର୍ ଚ୍ୟାନେଲଠାରେ । ସୂଚନା ଅନୁସାରେ, ୫ ଜଣ ୧୦ମ ଶ୍ରେଣୀ ଛାତ୍ର କୋଚିଂ ସେଣ୍ଟରରୁ ପାୱାର ଚ୍ୟାନେଲକୁ ବୁଲିବାକୁ ଯାଇଥିଲେ । ସେଠାରେ ୩ ଜଣ ଗାଧୋଇବା ପାଇଁ ପାଣିରେ ପଶିଥିଲେ, ପରନ୍ତୁ ପ୍ରଖୋର ସ୍ରୋତରେ ଭାସିଯାଇ ସେଥିରୁ ୨ ଛାତ୍ରଙ୍କର ମୃତ୍ୟୁ ଘଟିଛି । ଆଉ ଜଣେ ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକଦ୍ୱୟ ହେଉଛନ୍ତି ୟୁନିଟ୍ ୯ ସ୍ଥିତ ବାଳକ ଉଚ୍ଚ ବିଦ୍ୟାଳୟର ସୁମିତ୍ ଦାସ ଓ ସମୀର ଦଳେଇ । କିଛି ସମୟ ପରେ ଅଗ୍ନିଶମ ବିଭାଗ ପାଣି ଭିତରୁ ୨ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

Comments are closed.