ଭାର ସାମ୍ୟ ହରାଇ ରାସ୍ତା କଡକୁ ଖସିଲା ବାଇକ୍, ଦୁଇ ମୃତ

ଉମରକୋଟ, ସନ୍ତୋଷ କୁମାର ଶତପଥୀ : ନବରଙ୍ଗପୁର ଜିଲ୍ଲା ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚିକିଲି ଗ୍ରାମ ବାମୁଣୀ ନାଳ ନିକଟରେ ଘଟିଛି ଏକ ସଡ଼କ ଦୁର୍ଘଟଣା । ଗୋଟିଏ ବାଇକ୍ ଭାରସାମ୍ୟ ହରାଇ ରାସ୍ତା କଡକୁ ଖସି ବୁଦା ଭିତରକୁ ପସି ଯାଇ ପଥରରେ ପିଟି ହୋଇଯାଇଛି । ଫଳରେ ଘଟଣା ସ୍ଥଳରେ ହିଁ ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ଘଟଣାଟି ମଧ୍ୟ ରାତ୍ରୀରେ ଘଟିଥିବା ଅନୁମାନ କରାଯାଉଛି । ଆଜି ସକାଳୁ ସ୍ଥାନୀୟ ଲୋକ ଏହା ଦେଖି ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଜାରି ରଖିଛି । ଘଟଣା ସ୍ଥଳରେ ଦୁଇଟି ମୃତଦେହ ସହ CG05K-5051 ନମ୍ବରର ଏକ ପେସନ୍ ପ୍ରୋ ବାଇକ୍ ପଡିଥିବା ଦେଖିବାକୁ ମିଳିଛି । ଘଟଣାରେ ଜଣକର ପରିଚୟ ମିଳିପାରିନଥିବା ବେଳେ ଅନ୍ୟ ଜଣେ ଫୁଲ ଚିଗୁଡା ଗ୍ରାମର ମକୁନ୍ଦ ଯାନୀ ବୋଲି ଜଣାପଡିଛି ।

Comments are closed.