ବମିଖାଲ ଟ୍ରାଜେଡି ପରେ ଜଟଣୀ ଓଭରବ୍ରିଜ

ବମିଖାଲ ଓଭରବ୍ରିଜ ପରେ ଭୁଷିଡିଲା ଜଟଣୀ ଓଭର ବ୍ରିଜର କାନ୍ଥ । ଏଥିରେ ଅଳ୍ପକେ ବର୍ତ୍ତି ଯାଇଥିଲେ କାମ କରୁଥିବା ଶ୍ରମିକ ଓ ସେହି ବାଟ ଦେଇ ଯାଉଥିବା ପଥଚାରୀ । ଆଉ ବ୍ରିଜ କୋଉ ସଂସ୍ଥା ବନାଉଛି ଜାଣିଛନ୍ତି ?…ବମିଖାଲ ଓଭରବ୍ରିଜ ଟ୍ରାଜେଡି ପରେ ଲାଇସେନ୍ସ ରଦ୍ଧ ହୋଇଥିବା ସଂସ୍ଥା ପଣ୍ଡା ଇନଫ୍ରାଷ୍ଟ୍ରକଚର । ସୂଚନା ଅନୁସାରେ, ବ୍ଲାକଲିଷ୍ଟ ହୋଇଥିବା ପଣ୍ଡା ଇନଫ୍ରାଷ୍ଟ୍ରକଚର ବ୍ରିଜ୍ ନିର୍ମାଣ ପାଇଁ ସରକାର ଅନୁମତି ପ୍ରଦାନ କରିଲେ କିପରି ? ଏହି ବ୍ଲାକଲିଷ୍ଟ ସଂସ୍ଥାକୁ ଆଉ ଏକ ବ୍ରିଜ ନିର୍ମାଣ କରିବା ପାଇଁ ଅନୁମତି ଦେଇ ଲୋକମାନଙ୍କ ଜୀବନକୁ ମରଣ ମୁହଁରେ ପକାଇବା, କେତେଦୂର ଠିକ । ଏହି ଘଟଣା ପରେ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।