ଚଳିତ ମାସ ୨୧ରୁ ତୋଷାଳି ମେଳା

ଭୁବନେଶ୍ୱର, ୧୯ା୧ : ୧୫ତମ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’ ଚଳିତ ମାସ ୨୧ ତାରିଖରୁ ଜନତା ମଇଦାନରେ ଆରମ୍ଭ ହେବାକୁ ଯାଉଛି । ଏହି ମେଳା ଫେବୃଆରୀ ମାସ ୪ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଚାଲିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦର୍ଶନୀର ଉଦଘାଟନ କରିବେ। ଦେଶର ବିଭିନ୍ନ ପ୍ରାନ୍ତରୁ କାରିଗର, ବୁଣାକାରମାନେ ଏଥିରେ ସାମିଲ ହେବେ । ଏଥିରେ ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶିତ ହେବ। ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ପାଇଁ ଆବଶ୍ୟକ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ଓ ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାରଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି କରିବା ଏହି ମେଳାର ଆଭିମୁଖ୍ୟ ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ପଦ୍ମନୀ ଦିଆନ କହିଛନ୍ତି।

ତେବେ ମେଳାରେ ରାଜ୍ୟର ୧୭୦ଟି ଷ୍ଟଲ ଓ ରାଜ୍ୟ ବାହାରର ୮୦ଟି ଷ୍ଟଲ ପଡ଼ିବ । ମୋଟ ୨୫୦ଟି ଷ୍ଟଲକୁ ଅନୁମତି ମିଳିଥିବା ବେଳେ ଶିଶୁ, ବୟସ୍କ ଓ ଭିନ୍ନକ୍ଷମଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ମାସ୍କ ସହ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ତେବେ କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ନିଷେଧ କରାଯାଇଛି ।

Comments are closed.