୩ଟି କୃଷି ଆଇନ ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨ ।୧: କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ନୂଆ କୃଷି ଆଇନ ଉପରେ ଆଜି ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ କୃଷି ଆଇନ କାର୍ଯ୍ୟକାରୀରେ ରୋକ୍ ଲାଗିଛି । ସମସ୍ତ ୩ଟି ଆଇନ କାର୍ଯ୍ୟକାରୀକୁ ପରବର୍ତ୍ତୀ ଆଦେଶ ଯାଏଁ ରୋକ୍ ଲାଗିଛି । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠରେ ଏହି ରାୟ ଶୁଣାଣି ହୋଇଛି । ମାମଲାର ଆପୋସ ସମାଧାନ ପାଇଁ ୪ ଜଣିଆ କମିଟି ଗଠନ କରିଛନ୍ତି ସୁପ୍ରିମକୋର୍ଟ । କୃଷି ଅର୍ଥଶାସ୍ତ୍ର ଅଶୋକ ଗୁଲାଟି ଏହି ୪ ଜଣିଆ କମିଟିରେ ସାମିଲ ହୋଇଛନ୍ତି । ଏହା ସହ କମିଟିରେ କୃଷି ଅର୍ଥନୀତିଜ୍ଞ ହରସିମ୍ରତ ମାନ୍, ଡକ୍ଟର ପ୍ରମୋଦ ଯୋଶୀ ଓ ଅନୀଲ ଧନାୱତ ସାମିଲ ଅଛନ୍ତି ।

ତେବେ ସରକାରଙ୍କ ଓ କୃଷକଙ୍କ ମଧ୍ୟରେ ଆଲୋଚନା ଦ୍ୱାରା କୌଣସି ସମାଧାନ ନବାହାରିବାରୁ ଏପରି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କୃଷି ଆଇନ କାର୍ଯ୍ୟକାରୀ ହେବ ନାହିଁ ।

Comments are closed.