ମୁକ୍ତି ଲାଭ କଲା ସନ୍ନି ଲିଓନଙ୍କ ବାୟୋପିକ ଟିଜର୍

ବଲିଉଡ ଜଗତରେ ବେଶ ନାମ କରାଇଥିବା ଅଭିନେତାଙ୍କ ଭିତରେ ସନ୍ନି ଲିଓନ ଅନ୍ୟତମ । ଯାହାଙ୍କ ବାୟୋପିକ ସିନେମା ଖୁବ ଶିଘ୍ର ପରଦାକୁ ଆସୁଥିବା ବେଳେ ତାର ଟ୍ରିଜରଟି ମୁକ୍ତି ଲାଭ କରିଛି । ପର୍ଣ୍ଣ ଷ୍ଟାରରୁ ବଲିଉଡର ସଫଳତମ ନାୟିକା ପାଲଟିଯାଇଥିବା ସନ୍ନିଙ୍କ ବାୟୋପିକରେ ଦୁଇଟି ରୂପ ଦେଖିବାକୁ ମିଳିବ । ଏହି ଟିଜର ୩୮ ସେକେଣ୍ଟର ଥିବା ବେଳେ ଫିଲ୍ମର ଟାଇଟଲ ରହିଛି “କରଣଜିତ କୌର: ଦ ଅନଟୋଲ୍ଡ ଷ୍ଟୋରି ଅଫ ସନ୍ନି ଲିଓନ’’ । ଏହାର ପ୍ରିମିଅର ଚଳିତ ମାସ ୧୬ତାରିଖରେ ହେଉଥିବାର ମଧ୍ୟ ସୂଚନା ମିଳିଛି । ଏହି ଫିଲ୍ମରେ ସନ୍ନି ଲିଓନଙ୍କ ଭୂମିକାରେ ସେ ନିଜେ ହିଁ କରୁଥିବା ଦେଖିବାକୁ ମିଳିବ । କିନ୍ତୁ ଏଥିରେ ତାଙ୍କ ସ୍ୱାମୀ ଭୂମିକା ନିଭାଉ ନାହାନ୍ତି ସନ୍ନିଙ୍କ ପ୍ରକୃତ ଜୀବନର ସ୍ୱାମୀ ଡାନିଅଲ ବିବର । ଏହି ଫିଲ୍ମକୁ ଦର୍ଶକ ଉକ୍ରଣ୍ଠାର ସହିତ ଅପେକ୍ଷା କରିଥିବା ଜଣାପଡିଛି ।

Comments are closed.