ଗାଡି ପରେ ଏବେ ଚୋରି ହେଲାଣି ବିମାନ

ଆମେରିକା- ଲୋକମାନେ ମୋଟର ସାଇକେଲ, କାର୍, ବସ୍, ଟ୍ରକ ଚୋରି ଘଟଣା ଜାଣିଥିବେ କିନ୍ତୁ ଏବେ ବିମାନ ଚୋରି ଘଟଣା ହେଉଛି ନୂଆ । ଆମେରିକାର ଏକ ବିମାନବନ୍ଦରରୁ ଆଲସ୍କା ଏୟାରଲାଇନ୍ସର “ହରିଜୋନ କ୍ୟୁ ୪୦୦” ନାମକ ଏକ ବିମାନକୁ ସେହି ବିମାନ ବନ୍ଦରରେ କାମ କରୁଥିବା ଜଣେ ମେକାନିକ ଚୋରି କରି ନେଉଥିଲେ । ଏହା ଜାଣିଲା ପରେ ବିମାନବନ୍ଦର କର୍ତ୍ତୃପକ୍ଷ ବାୟୁସେନା ବିମାନକୁ ପଠାଇଥିଲେ । ବାୟୁସେନା ବିମାନ ପିଛା କରୁଥିବା ଜାଣି ବ୍ୟକ୍ତି ଜଣଙ୍କ ବିମାନକୁ ଅବତରଣ କରୁଥିବା ବେଳେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ଏହା ପଛରେ ଆତଙ୍କବାଦୀ ସଂପୃକ୍ତି ନେଇ କୈାଣସି ତଥ୍ୟ ମିଳିନାହିଁ । ଆଉ ଏହି ଘଟଣାର ତଦନ୍ତ ଏବେ ଆରମ୍ଭ ହୋଇଥିବା ନେଇ ଏୟାର ଲାଇନ୍ସ ପକ୍ଷରୁ କୁହାଯାଇଛି ।

Comments are closed.