ମୂର୍ତ୍ତି ଚୋରି ରାକେଟ ଠାବ, ୫ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡା, ଧୀରେନ୍ଦ୍ର ମଲ୍ଲିକ : ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ କଖାରୁଣୀ ଗ୍ରାମରେ ଥିବା ରାଧାକୃଷ୍ଣ ଆଶ୍ରମରୁ ଗତ ୧୦ ତାରିଖ ବିଳମ୍ବିତ ରାତିରେ ଚୋର ମାନେ ଆଶ୍ରମର କବାଟ ତାଡି ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ସମେତ ବିଭିନ୍ନ ଅଷ୍ଟଧାତୁର ବିରଳ ମୂର୍ତ୍ତି ଗୁଡିକୁ ଚୋରିକରି ନେଇଯାଇଥିଲେ । ଏ ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାକୁ ନେଇ କେନ୍ଦ୍ରାପଡା ଏସ ପି ମଦକର ସମ୍ପଦଙ୍କ ନିର୍ଦେଶ କ୍ରମେ ଏକ ସତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିଲେ । ଚଢ଼ାଉ ସମୟରେ ପୋଲିସ ଏହି ଘଟଣାରେ ୫ ଜଣ ଅଭିଯୁକ୍ତକୁ ଗିରଫ କରିବା ସହ ସେମାନଙ୍କ ଠାରୁ ଅଷ୍ଟଧାତୁ ନିର୍ମିତ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ସହିତ ସମସ୍ତ ଚୋରି ହୋଇଥିବାଅନ୍ୟାନ୍ୟ ମୂର୍ତ୍ତିକୁ ଉଧାରକରିଛି । ଅଭିଯୁକ୍ତଙ୍କ ନିକଟରୁ ଖଣ୍ଡା, ଭୁଜାଲି,କଟୁରି,ଲୁହା ରଡ଼ ଓ ଛୁରୀ ସହିତ ଚୋରିରେ ବ୍ୟବହୃତ ଏକ ମାରୁତି କାର କୁ ମଧ୍ୟ ଜବତ କରିଛି ପଟ୍ଟାମୁଣ୍ଡାଇ ପୋଲିସ । ଏହି ମୂର୍ତ୍ତି ଚୋରି ଘଟଣାରେ ଆନ୍ତରାଜ୍ୟ ଡକାୟତ ଅଜୟ କୁମାର ମଳିକ, ସେକ ସାହିର, ରଞ୍ଜିତ ଜେନା, ରଞ୍ଜିତ ବାରିକ, ମକର ମଳିକ ଓ ଅଭିରାମ ମଳିକ ପ୍ରମୁଖଙ୍କ ସମ୍ପୃତି ଥିବା ନେଇ ପଟ୍ଟାମୁଣ୍ଡାଇ ଥାନା ପରିସରରେ ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାଗରିନ ମହାନ୍ତି ।

Comments are closed.