ପରଲୋକରେ ସୋମନାଥ ଚାର୍ଟାଜୀ

କୋଲକାତା- ଲୋକସଭାର ପୂର୍ବତନ ବାଚସ୍ପତି ସୋମନାଥ ଚାର୍ଟାଜୀଙ୍କ ଆଜି ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବୟସ ହୋଇଥିଲା । ସେ କିଡନୀ ସମସ୍ୟା ଓ ହୃଦଘାତରେ ଆକ୍ରାନ୍ତ ହେବା ପରେ ମଙ୍ଗଳବାରଠାରୁ କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଦୃଷ୍ଟି ଦେବା ପାଇଁ ଏକ ୧୨ଜଣିଆ ଡାକ୍ତରୀ ଦଳ ଉପସ୍ଥିତ ରହିଥିଲେ । ହେଲେ ବହୁ ଚେଷ୍ଟା ପରେ ମଧ୍ୟ ତାଙ୍କର ଦେହାନ୍ତ ହୋଇଥିଲା । ସୋମନାଥ ୧୦ଥର ଲୋକସଭା ସାଂସଦ ହୋଇଥିବା ସହ ୨୦୦୪ ରୁ ୨୦୦୯ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ରହିଥିଲେ । ଏହାସହ ସେ ସିପିଆଇ(ଏମ୍) ର କେନ୍ଦ୍ରୀୟ କମିଟି ସଦସ୍ୟ ମଧ୍ୟ ଥିଲେ । ବିଭିନ୍ନ ରାଜନେତାମାନେ ଟ୍ୱିଟ କରି ଶୋକପ୍ରକାଶ କରିଛନ୍ତି ।

Comments are closed.