ୟୁନିଅନ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠି

ପୁରୀ,୨୫ ।୨: ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଜମା ରଖିବା ନେଇ ବ୍ୟାଙ୍କର୍ସ ବୈଠକ ଶେଷ ହୋଇଛି । ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଜମା ରହିବ ଶ୍ରୀଜଗନ୍ନାଥ ମନ୍ଦିର ପାଣ୍ଠି ଅର୍ଥ । ପୁରୀରେ ବ୍ୟାଙ୍କର୍ସମାନଙ୍କ ବୈଠକ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ସର୍ବାଧିକ ସୁଧ ହାରରେ ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଟଙ୍କା ଜମା ରହିବ । ୫.୨୫% ସୁଧ ହାରରେ ୩୩ କୋଟି ଟଙ୍କା ବର୍ଷେ ପାଇଁ ଜମା ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସର୍ବାଧିକ ସୁଧ ଦୃଷ୍ଟିରୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତି ନେଇ ସୂଚନା ଦେଇଛନ୍ତି ଉନ୍ନୟନ ପ୍ରଶାସକ ।

Comments are closed.