ଚିଲିକାରେ ୱାଟର ଏରୋଡ୍ରମକୁ ବିରୋଦ୍ଧ କରିଛନ୍ତି ସଞ୍ଜୟ ଦାସବର୍ମା

ବ୍ରହ୍ମପୁର- ଚିଲିକାରେ ହେବାକୁ ଥିବା ୱାଟର ଏରୋଡ୍ରମକୁ ବିରୋଦ୍ଧ କରିଛନ୍ତି ବିଜେଡି ନେତା ସଞ୍ଜୟ ଦାସବର୍ମା । ତାଙ୍କ କହିବାନୁଯାୟୀ ଯଦି ଚିଲିକାରେ ଏରୋଡ୍ରମ ସ୍ଥାପନ କରାଯାଏ ତାହାଲେ ଏଥିପାଇଁ ବହୁ ଅସୁବିଧା ହେବ । ୩୭୫ ପ୍ରଜାତିର ମାଛ, ୨୩୦ ପ୍ରଜାତିର ପକ୍ଷୀ ଏବଂ ମସ୍ୟଜୀବି ମାନେ ଏଥିରେ ବହୁମାତ୍ରାରେ ପ୍ରଭାବିତ ହେବେ । କେନ୍ଦ୍ର ସରକାର ଏହି ନିଷ୍ପତିର ପୁର୍ନବିଚାର କରନ୍ତୁ ବୋଲି ସଞ୍ଜୟ ଦାବି କରିଛନ୍ତି । ଏହା ପୂର୍ବରୁ ବାଲିହରଚଣ୍ଡୀରେ ବନ୍ଦର ପ୍ରକଳ୍ପକୁ ମଧ୍ୟ ବନ୍ଦ କରି ଦିଆଯାଇଛି ।

Comments are closed.