ମହିଳା ଟ୍ରାଫିକ କନେଷ୍ଟବଳଙ୍କ ସାହସ : ଅତିରିକ୍ତ ପୋଲିସ ଡିଜିପିଙ୍କ ସ୍ତ୍ରୀ ଓ ଝିଅଙ୍କ ନାମରେ ରୁଜୁ ହେଲା କେସ

ଗତକାଲି ଓଡ଼ିଆ ଟ୍ରାଫିକ ପୋଲିସ ପକ୍ଷରୁ ଅତିରିକ୍ତ ପୋଲିସ ଡିଜିପି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ସ୍ତ୍ରୀ ଓ କନ୍ୟାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଟ୍ରାଫିକ କନେଷ୍ଟବଳ ପୁଷ୍ପଲତା ଭୋଇଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିବା ଜଣାଯାଇଛି ।
ସ୍ଥାନୀୟ ଏ.ଜି. ଛକରେ ଟ୍ରାଫିକ ନିୟମର ଉଲଂଘନ କରି ଶ୍ରୀ ଆଚାର୍ଯ୍ୟଙ୍କ ସ୍ତ୍ରୀ ଓ ଝିଅ ସମ୍ପୃକ୍ତ କନେଷ୍ଟବଳଙ୍କୁ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଥିବା ବେଳେ, କନେଷ୍ଟବଳ ପୁଷ୍ପଲତା ଭୋଇ ଚାପୁଡ଼ା ମାରିଥିଲେ ବୋଲି ଆଚାର୍ଯ୍ୟଙ୍କ ଝିଅ ପାଲଟା ଅଭିଯୋଗ କରିଛନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.