ପଜିଟିଭ୍ ହେବାପରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଚିନ ତେନ୍ଦୁଲକର

ମୁମ୍ବାଇ: କରୋନା ମହାମାରୀରେ ସଂକ୍ରମିତ ହୋଇଥିବା କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେନ୍ଦୁଲକର କରୋନା ପଜିଟିଭ୍ ହୋଇଥିବା ୨୭ ମାର୍ଚ୍ଚରେ ଜଣାପଡିଥିଲା । କରୋନା ପଜିଟିଭ ହେବା ପରେ ସଚିନ୍ ନିଜକୁ କ୍ୱାରେଣ୍ଟାଇନରେ ରଖିଥିଲେ । ଏବେ ଡାକ୍ତରଙ୍କ ପରାମର୍ଶ କ୍ରମରେ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସଚିନ ନିଜେ ଟ୍ୱିଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି । ନିକଟରେ ସେ ରାୟପୁରରେ ପୂର୍ବତନ କ୍ରିକେଟରଙ୍କ ‘ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ଚ୍ୟାଲେଞ୍ଜ’ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିଲେ ।

ସଚିନ ଟ୍ୱିଟ କରି କହିଛନ୍ତି, ‘ତୁମର ପ୍ରାର୍ଥନା ପାଇଁ ଧନ୍ୟବାଦ। ଡାକ୍ତରୀ ପରାମର୍ଶ ଅନୁଯାୟୀ ସତର୍କତା ଅନୁଯାୟୀ ମୋତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୁଁ ଆଶା କରୁଛି କିଛି ଦିନ ପରେ ଘରକୁ ଫେରିବି । ଯତ୍ନ ନିଅ ଏବଂ ସମସ୍ତଙ୍କୁ ସୁରକ୍ଷିତ ରଖ । ଆମର ବିଶ୍ୱକପର ଦଶମ ବାର୍ଷିକୀରେ ସମସ୍ତ ଭାରତୀୟ ଏବଂ ମୋର ସହକର୍ମୀଙ୍କୁ ଅଭିନନ୍ଦନ ।’

Comments are closed.