ରୁଷିଆରେ ହେଲିକପ୍ଟର କ୍ରାସ: ୧୮ ମୃତ

ରୁଷିଆର ଉତ୍ତର ସାଇବେରିଆ ଅଞ୍ଚଳରେ ଆଜି ଏକ ହେଲିକପ୍ଟର କ୍ରାସ ହୋଇଛି, ଫଳରେ ସେଥିରେ ଥିବା ସର୍ବମୋଟ ୧୮ ଜଣଙ୍କର ମୃତ୍ୟୁ ଘଟିଛି । ରୁଷିଆ ପରିବହନ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି କି, ଆଜି Mi-୧୮ ହେଲିକପ୍ଟର ତେଲ ଭରିବା ପାଇଁ ୧୫ ଜଣ ଯାତ୍ରୀଙ୍କୁ ଧରି ସାଇବେରିଆ ଅଞ୍ଚଳକୁ ବାହାରିଥିଲା । ପରନ୍ତୁ କୌଣସି କାରଣବଶତଃ ହେଲିକପ୍ଟରଟି ଅଧାବାଟରେ କ୍ରାସ ହୋଇଯାଇଥିଲା । ଦୁର୍ଘଟଣାସ୍ଥଳକୁ ମୃତାହାତଙ୍କ ଶବ ଉଦ୍ଧାର ପାଇଁ ମନ୍ତ୍ରାଳୟ ପକ୍ଷରୁ ଅନ୍ୟ ଏକ ହେଲିକପ୍ଟର ପଠାଯାଇଛି ।

Comments are closed.