ସ୍କୁଲରୁ ଫେରୁଥିବା ସମୟରେ ଟ୍ରକ୍ ଧକ୍କା: ଛାତ୍ରୀ ଗୁରୁତର

ଆଜି ମୁଷାପାପୁଲି ସ୍କୋୟାରଠାରେ ଶୁଭସ୍ମିତା ନାୟକ ନାମକ ୬ ବର୍ଷର ଜଣେ ଛାତ୍ରୀ ସ୍କୁଲରୁ ଘରକୁ ଫେରୁଥିବା ସମୟରେ ପଛପଟୁ ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଛି । ଫଳରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକମାନେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ଛାତ୍ରୀ ଜଣକର ମୁଣ୍ଡ ଓ ହାତରେ ଗଭୀର କ୍ଷତ ହୋଇଛି । ଏନେଇ ଉତ୍ତେଜିତ ହୋଇ ଲୋକମାନେ ୫୫ ନମ୍ବର ଜାତୀୟ ରାଜପଥକୁ ବନ୍ଦ କରିଦେଇଥିଲେ । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଶାନ୍ତ କରାଇ ରାସ୍ତାରୁ ଉଠାଇଥିଲା ।

Comments are closed.