ବଢୁଛି ତାତି, ଅଂଶୁଘାତ ପାଇଁ ରିଲିଫ ଉପକମିସନରଙ୍କ ସତର୍କତା

ଭୁବନେଶ୍ୱର,୨୫ ।୨: ଅଂଶୁଘାତ ପାଇଁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ରିଲିଫ ଉପକମିସନର । କେଉଁ ଗାଁ, ପଡାରେ ଜଳାଭାବ ରହିଛି, ସେନେଇ ଜିଲ୍ଲାପାଳଙ୍କୁ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପିଲାଙ୍କୁ ପାଣି ବୋତଲ ସାଥୀରେ ନେବାକୁ ଅଭିଭାବକଙ୍କୁ କୁହାଯାଇଛି । ସକାଳୁଆ ସ୍କୁଲ, ଶ୍ରମିକଙ୍କ କାମ ନିର୍ଘଣ୍ଟ ସଠିକ୍ ସମୟରେ ହେବ । ସବୁ ସ୍କୁଲରେ ପର୍ଯ୍ୟାପ୍ତ ପାଣିର ବ୍ୟବସ୍ଥା କରିବାକୁ ନିର୍ଦେଶ । ପାଣିର ଅଭାବ ଥିଲେ ଜଳ ଯୋଗାଇ ଦେବାକୁ ନିର୍ଦେଶ ଦିଆଯାଇଛି । ଏନେଇ ରିଲିଫ ଉପକମିସନର ପ୍ରଭାତ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ରାଜ୍ୟରେ ସଚେତନତା ବୃଦ୍ଧି ଯୋଗୁଁ କମୁଛି ଗ୍ରୀଷ୍ମ ପ୍ରବାହ ମୃତ୍ୟୁ । ୧୯୯୮ରେ ୨୦୪୨ରୁ କମି ୨୦୨୦ରେ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ୨୦୧୬ରେ ୫୪, ୨୦୧୭ରେ ୪୫, ୨୦୧୮ରେ ୬୦ ଜଣଙ୍କ ମୃତ୍ୟୁ । ୨୦୧୯ରେ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୫୦ ଜଣଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ରିଲିଫ ଉପକମିସନର ପ୍ରଭାତ ମହାପାତ୍ର ।

Comments are closed.