ଗାଡି ଧକ୍କାରେ ଶିଶୁ ମୄତକୁ ନେଇ ଟାଉନ ଥାନା ପରିସରରେ ଉତ୍ତେଜନା

ସମ୍ବଲପୁର, ତୁସବନ୍ତ ଯୋଶୀ : ଗାଡି ଧକାରେ ଶିଶୁ ମୃତ। ମୄତକ ଶିଶୁର ପରିବାର ବର୍ଗ ଓ ସ୍ଥାନୀୟ ଲୋକ କଲେ ସମ୍ବଲପୁର ଟାଉନ ଥାନା ଘେରାଉ । ଫଳରେ ଥାନା ଅଂଚଳରେ ଲାଗିରହିଛି ଉତ୍ତେଜନା। ସୂଚାନୁସାରେ ସମ୍ବଲପୁର ଟାଉନଥାନା ଅନ୍ତର୍ଗତ ମହିଳା ଥାନା ପାଖରେ ଆଜି ସକାଳେ OD15E6667 ନମ୍ବର ବିଶିଷ୍ଟ ଏକ ଜିପସି ଗାଡି ଜଣେ ଶିଶୁ ଉପରେ ଚଢିଯିବାରୁ ଶିଶୁଟିର ମୄତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଜିପସି ଗାଡି ଶିଶୁ ଟିକୁ ଧକ୍କା ଦେବା ଯୋଗୁ ବାଳକ ଟି ଗୁରୁତର ଆହତ ହୋଈଥିଲା । ସଙ୍ଗେ ସଙ୍ଗେ ଗୁରୁତର ଶିଶୁଟିକୁ ସଦର ହସ୍ପିଟାଲକୁ ନିଆଯାଇଥିଲା, ହେଲେ ଡାକ୍ତର ସେଠାରେ ତାକୁ ମୄତ ଘୋଷଣା କରିଥିଲେ । ମୄତ ବାଳକର ବୟସ 8 ରୁ 10 ବର୍ଷ ଭିତରେ ହୋଇଥିବା ବେଲେ ତାର ନାମ ସାହିଲ ସିଂ ବୋଲି ଜଣାପଡିଛି । ତାର ଘର ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ବୋଲି ସୂଚନା ମିଳିଛି । ତେବେ ଶିଶୁଟିର ମୄତ୍ୟୁ ଖବର ପାଇଁ ଅଞ୍ଚଳରେ ଉତ୍ତେଜନା ଦେଖାଯାଇଥିଲା । ସ୍ଥାନୀୟ ଲୋକଙ୍କ ସହ ମୄତ ଶିଶୁର ପରିବାରବର୍ଗ ଦୋଷୀ ଗାଡି ଚାଳକଙ୍କୁ କାବୁ କରିବା ସହ କ୍ଷତିପୂରଣ ପାଇଁ ଟାଉନ ଥାନା ବାହାରେ ବିକ୍ଷୋଭ ପଦର୍ସନ କରିବାରୁ ଉତ୍ତେଜନା ପରିସ୍ଥିତି ସୄଷ୍ଟି ହୋଇଥିଲା । ତେବେ ଟାଉନ ଥାନା ପୋଲିସ ଜିପସି ଗାଡି ଚାଳକ କୁ ଥାନାରେ ଅଟକ ରଖିଥିବା ଜଣାପଡିଛି । ଘଟଣା ସ୍ଥଲରେ ଉତ୍ତେଜନା ପରିସ୍ଥିତି ସୄଷ୍ଟି ହୋଇଥିବାରୁ ବ୍ୟାପକ ପୋଲିସ ମୁତୟନ ହୋଇଛନ୍ତି ।

Comments are closed.