ପ୍ରଧାନମନ୍ତ୍ରୀ- ମୁଖ୍ୟମନ୍ତ୍ରୀ ବୈଠକ: ଟିକା ଅପଚୟ ରୋକିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କରୋନା ନେଇ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ ଆଜି ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଭୟଭୀତ ନ ହୋଇ ସଚେତନ ରହିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି ।

ଏହା ସହ ଆରଟିପିସିଆର ଟେଷ୍ଟ ବଢାଇବାକୁ ସବୁ ରାଜ୍ୟରୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ଭୟଭୀତ ନକରି ସଚେତନ କରିବା ଦରକାର । ସହରରୁ ଯେମିତି ଗ୍ରାମକୁ କରୋନା ନ ବ୍ୟାପିବ, ସେଥିପାଇଁ ବିଦେଶରୁ ଆସୁଥିବା ଲୋକଙ୍କ କଣ୍ଟାକ୍ଟ ଟ୍ରେସିଂ ଜରୁରୀ । ଯେଉଁଠି ଜରୁରୀ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଲାଗୁ ହେଉ । କିଛି ରାଜ୍ୟରେ ଟିକା ନଷ୍ଟ ନେଇ ଖବର ଆସୁଛି । କରୋନା ଟିକା ନଷ୍ଟ ରୋକିବା ଉପରେ ଫୋକସ ଦିଆଯାଉ ପୋଲି ମୋଦୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ‘କୌଣସି ଲୋକର ଅଧିକାର କ୍ଷୁର୍ଣ୍ଣ କରିବାର ଅଧିକାର ଆମର ନାହିଁ । ଟିକା ନଷ୍ଟ ହେବା ଅର୍ଥ, କାହାର ଅଧିକାରକୁ କ୍ଷୂର୍ଣ୍ଣ କରିବା ସହିତ ସମାନ । ନିକଟରେ ତେଲେଙ୍ଗାନାରେ ୧୦ ପ୍ରତିଶତ ଟିକା ନଷ୍ଟ ହେଉଥିବା ଖବର ଆସିଛି । ଦୈନିକ ୩୦ ଲକ୍ଷ ଟିକା ପ୍ରଦାନ କରାଯାଉଛି, ତେଣୁ ଟିକା କିପରି ନଷ୍ଟ ନହେବ ସେଥିପାଇଁ ସମସ୍ତେ ଧ୍ୟାନ ଦେବା ଦରକାର । ଦେଶର ପ୍ରତ୍ୟେକ ରାଜ୍ୟରେ ଟିକାକରଣ କେନ୍ଦ୍ର ବୃଦ୍ଧି କରିବା ନେଇ ସେ ଗୁରୁତ୍ୱାରୋପ କରିଥିଲେ । ଟେଷ୍ଟ, ଟ୍ରାକ୍ ଓ ଟ୍ରିଟକୁ ନେଇ ସମସ୍ତଙ୍କୁ କାର୍ଯ୍ୟ କରିବାକୁ ପଡ଼ିବ ।’

Comments are closed.