ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍, ହେଲେ ଜେଲରୁ ମିଳିବନି ମୁକ୍ତି

ପ୍ରଦୀପ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ୍, ହେଲେ ଜେଲରୁ ମିଳିବନି ମୁକ୍ତି
ଭୁବନେଶ୍ୱର,୨୪ ।୨: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ । କ୍ରାଇମବ୍ରାଞ୍ଚ ପକ୍ଷରୁ ହୋଇଥିବା ମାମଲାରେ ପ୍ରଦୀପଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ଝାରପଡା ଜେଲରେ ଅଛନ୍ତି । ଟାଟା ମୋଟର୍ସରେ ଚାକିରୀ କରାଇଦେବା ନାଁରେ ପ୍ରଦୀପଙ୍କ ବିରୋଧରେ ମାମଲା ହୋଇଥିଲା । ଭିଜିଲାନ୍ସ ମାମଲା ରହିଥିବାରୁ ଜାମିନ ମିଳିଲେ ବି ଜେଲରେ ରହିବେ ପ୍ରଦୀପ ପାଣିଗ୍ରାହୀ । ୨୦ ଲକ୍ଷ ଟଙ୍କାର ନଗଦ ଜମା, ୨ ଜଣ ଜାମିନଦାରଙ୍କ ବଦଳରେ ପ୍ରଦୀପଙ୍କୁ ଜାମିନ ମିଳିଛି ।

ତେବେ ଟାଟା ନିଯୁକ୍ତି ଠକେଇ ମାମଲା ନେଇ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ରହିଛି ଏକାଧିକ ମାମଲା । ଗୋପାଳପୁର ବିଧାୟକଙ୍କୁ ଗତ ୪ ତାରିଖରେ କ୍ରାଇମବ୍ରାଂଚ ଗିରଫ କରିଥିଲା । ଟାଟା କମ୍ପାନୀରେ ଚାକିରୀ କରାଇଦେବାକୁ କହି ଭାବି ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ ପ୍ରଦୀପ ପାଣିଗ୍ରାହୀ ଟଙ୍କା ଆଦାୟ କରୁଥିବା ଅଭିଯୋଗ ଆସିଥିଲା ।

Comments are closed.