ଭାଇରାଲ ହେଲା ପୁନମ୍ ପାଣ୍ଡେଙ୍କ ଡ୍ୟାନ୍ସ ଭିଡ଼ିଓ

ପୁନମ୍ ପାଣ୍ଡେଙ୍କ ହଟ୍ ଲୁକ ଓ ଅଭିନୟ ପାଇଁ ବେଶ ଚର୍ଚ୍ଚାରେ ଥିବାବେଳେ ଏବେ ଭାଇରଲ ଭିଡିଓ ମାଧ୍ୟମରେ ପୁଣି ଲୋକଲୋଚନକୁ ଆସିଛନ୍ତି । ନିକଟରେ ସେ ଇନଷ୍ଟାଗ୍ରାମରେ ନିଜର ଏକ ଡ୍ୟାନ୍ସ ଭିଡ଼ିଓ ଇନଷ୍ଟାଗ୍ରାମରେ ଅପଲୋଡ଼ କରିଥିଲେ,  ଯେଉଁଥିରେ ସେ “କି କି ଡ଼ୁ ୟୁ ଲଭ ମି” ଗୀତରେ ନାଚୁଥିବାର ନଜର ଆସିଛନ୍ତି । ନିଜର ହଟ୍ ଲୁକରେ ଡ୍ୟାନ୍ସ କରି ଅପଲୋଡ଼ କରିଥିବା ଏହି ଭିଡିଓ କୁ ବହୁତ ଦର୍ଶକ ଦେଖିସାରିଥିବା ବେଳେ କେତେକ ପୁନମ କୁ ଗାୟିକା ସକିରା ଙ୍କ ସହ ତୁଳନା କରିଛନ୍ତି ।

#kikidoyouloveme #crazyme lol 😜

A post shared by Poonam Pandey (@ipoonampandey) on

ଅଭିନେତ୍ରୀ ପୁନମଙ୍କୁ ଗତକାଲି ଫିଫା ଫୁଟବଲ ଫାଇନାଲର ସ୍କିନିଂରେ ମଧ୍ୟ ଦେଖିବାକୁ ମିଳଇଥିଲା। ତେବେ ଏଥିପାଇଁ ପୁନମ ଯେଉଁ ପାରିଶ୍ରମିକ ମାଗିଥିଲେ ତାହା ଶୁଣି ସମସ୍ତଙ୍କର ହୋସ ଉଡ଼ି ଯାଇଥିଲା। ଏସିଆର ସବୁଠାରୁ ବଡ଼ କ୍ଲବ୍ ଡ଼େଜାବୁ କାଠମାଣ୍ଡୁକୁ ସ୍କ୍ରିନିଂ ପାଇଁ ଯାଇଥିବା ବେଳେ ଏଥିପାଇଁ ୧ କୋଟି ଟଙ୍କା ନେଇଥିବା ସୂଚନା ମିଳିଛି। ତେବେ ପୁନମଙ୍କ ପରବର୍ତ୍ତୀ ଯୋଜନା କଣ ରହିଛି ତାହା ଜାଣିବା ପାଇଁ ବାକି ରହିଲା ?

Comments are closed.