ମାଲକାନଗିରି ପୋଲିସ ଦ୍ବାରା ବହୁ ମାଓ ସାମଗ୍ରୀ ଜବତ

ମାଲକାନଗିରି, ଅପୁର୍ବ ଥଣ୍ଡର : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ଗ୍ରାମ ନିକଟସ୍ଥ ତୋଟାଗୁଡା ଜଙ୍ଗଲରେ ଓଡିଶା ପୋଲିସର SOG / DVF ଟିମ୍ ସହିତ ଆନ୍ଧ୍ରପ୍ରଦେଶର ବିଏସ୍ଏଫର ଏକ ଆନ୍ତରାଜ୍ୟ ମିଳିତ ଅପରେସନ୍ ଆରମ୍ଭ କରାଯାଇଥିଲା । ଏହି ଅପରେସନ୍ ଚାଲିଥିବାବେଳେ ଜନ୍ତ୍ରି ଗ୍ରାମ ଅଧୀନରେ ଥିବା ଟୋଟାଗୁଡା ଜଙ୍ଗଲ ନିକଟରେ SOG ପାର୍ଟି ଏବଂ ସଶସ୍ତ୍ର ମାଓବାଦୀ କ୍ୟାଡରଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ପରବର୍ତ୍ତୀ ସନ୍ଧାନ ସମୟରେ ମାଓବାଦୀ କ୍ୟାଡରର କିଶୋରଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଜଣେ ଆହତ ମାଓବାଦୀଙ୍କୁ ଚିକିତ୍ସା କରାଯାଇଥିଲା। ମାଓବାଦୀ କିଶୋର 2007ରେ ସିପିଆଇ (ମାଓବାଦୀ) ପାର୍ଟିରେ ଯୋଗ ଦେଇଥିଲେ ଏବଂ ଏହା ଜଣା ପଡିଛି ଯେ ସେ ବହୁ ମାଓ ସମର୍ଥକ କାର୍ଯ୍ୟକ୍ରମରେ ଜଡ଼ିତ ଥିଲେ। ମାଓ କିଶୋରଙ୍କ ନାମରେ ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଥିଲା। ଏହି ଅପରେସନ୍ ସମୟରେ ବିପୁଳ ମାତ୍ରାରେ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରାଯାଇଛି। ଜବତ କରାଯାଇଥିବା ମାଓ ସାମଗ୍ରୀ ଗୁଡିକ ହେଲା AK-47 ରାଇଫଲ, ମାଓ ପତ୍ରିକା, 40 ରାଉଣ୍ଡ ଗୁଳି, ଇଲେକ୍ଟ୍ରିକାଲ ଡିଟୋନେଟର, ୱାକି-ଟକି ଚାର୍ଜର ,କ୍ୟାମେରା ଫ୍ଲାସ୍, ଛୁରୀ ଓ ମାଓବାଦୀ ପୋଷ୍ଟର ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଥିଲା।

Comments are closed.