ଝରାଫୁଲ ମୁତ୍ୟୁ: ପୋଲିସ ହାତରେ ଲାଗିଲା ଅଭିଯୁକ୍ତର ପ୍ୟାଣ୍ଟ -ସାର୍ଟ ଓ ମୋବାଇଲ

ଭୁବନେଶ୍ୱର,୫ ।୨: ମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ କୁଆଖିଆ ପୋଲିସର ତନାଘନା ଜାରି ରଖିଛି । ଏହି ମାମଲାରେ ପୋଲିସକୁ ମିଳିଛି ଆଉ ଏକ ପ୍ରମାଣ, ଯାହା ସାହାଯ୍ୟରେ ଖୋଲିପାରେ ମୃତ୍ୟୁର ରହସ୍ୟ । ଘଟଣାଦିନ ଅଭିଯୁକ୍ତ ରାକେଶ ସ୍ୱାଇଁ ପିନ୍ଧିଥିବା ପ୍ୟାଣ୍ଟ ସାର୍ଟ ଜବତ କରିଛି ପୋଲିସ । ଏହା ସହ ଘଟଣାଦିନ ରାକେଶ ବ୍ୟବହାର କରିଥିବା ମୋବାଇଲ ବି ଜବତ କରାଯାଇଛି । ୩ ଦିନିଆ ରିମାଣ୍ଡ ସରୁଥିବାରୁ ରାକେକଶକୁ ଆଜି କୋର୍ଟରେ ହାଜର କରାଯିବ ।

ଅଭିଯୁକ୍ତ ରାକେଶକୁ ନେଇ ୩ ଦିନିଆ ରିମାଣ୍ଡରେ ସିନ୍ ରିକ୍ରିଏଟ କରାଇଥିଲା ପୋଲିସ । ଗତକାଲି ଝରାଫୁଲକୁ ନେବା ଆଣିବାରେ ବ୍ୟବହୃତ ହୋଇଥିବା ସ୍କୁଟର ଉଦ୍ଧାର ହୋଇଥିଲା । ଭୁବନେଶ୍ୱର ସୁନ୍ଦରପଦା ପାଖରୁ ସ୍କୁଟରକୁ ଜବତ କରିଥିଲା ଯାଜପୁର ପୋଲିସ । ଜବତ ହୋଇଥିବା ସ୍କୁଟରରେ ଝରାଫୁଲକୁ ନେଇ ଯାଇଥିଲା ଅଭିଯୁକ୍ତ ରାକେଶ ସ୍ୱାଇଁ । ସିସିଟିଭିରୁ ଝରାଫୁଲଙ୍କୁ ନେବା ଆଣିବାର ଦୃଶ୍ୟ କଏଦ ହୋଇଥିଲା । କିନ୍ତୁ ଅଭିଯୁକ୍ତ ରାକେଶ ଧରାପଡିଥିଲେ ବି ସହଯୋଗୀ ବର୍ତ୍ତମାନ ସୁଦ୍ଧା ଧରାପଡିନି ।

ଉଲ୍ଲେଖଯୋଗ୍ୟ ଯେ, ଯାଜପୁର-କୁଆଖିଆ ମୂଳାପାଳ ଦିଆଲିଖଣ୍ଡି ରାସ୍ତା କଡରୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା । କୁଆଖିଆ ଥାନାଠାରୁ ପ୍ରାୟ ୩ କି.ମି ଦୂର ମୂଳାପାଳ-କରଜଙ୍ଗା ଗ୍ରାମର ମଧ୍ୟବର୍ତ୍ତୀ ସ୍ଥାନ ଦିଆଲଖଣ୍ଡ ମୌଜାର ରାସ୍ତା କଡ଼ରୁ ଉକ୍ତ କଲେଜ ଛାତ୍ରୀର ମୃତଦେହ ଉଦ୍ଧାର କରାଯାଇଥିଲା । ସିସିଟିଭି ଭିଜୁଆଲ୍ ରୁ ଅପରାଧୀଙ୍କୁ ଚିହ୍ନଟ କରିଥିଲା ପୋଲିସ । ସିସିଟିଭି ଭିଜୁଆଲରେ ଏକ ୨ ଚକିଆ ଗାଡିରେ ଦୁଇ ଜଣ ଯୁବକ ଜଣେ ଯୁବତୀଙ୍କୁ ମଝିରେ ବସାଇ ନେଇ ଯାଉଥିବା ଦେଖିବାକୁ ମିଳିଥିଲା ।

Comments are closed.